ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମେ’ ୩ ତାରିଖରୁ ମଣିପୁରରେ ଅଶାନ୍ତ ସ୍ଥିତି ଲାଗି ରହିଛି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ ସବୁ ପ୍ରୟାସ ଜାରି ରହିଥିବା ବେଳେ ମିଆଁମାର ଆତଙ୍କବାଦୀଙ୍କ ପାଇଁ ଚିନ୍ତା ବଢ଼ିଛି। ମିଆଁମାରରୁ ପ୍ରାୟ ୩୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଛନ୍ତି ଏବଂ ରାଜ୍ୟରେ ଅଶାନ୍ତ ସ୍ଥିତି ସୃଷ୍ଟି କରୁଛନ୍ତି। ସେମାନେ ଦକ୍ଷିଣ ମଣିପୁରର ସେରୋଉ ଏବଂ ସୁଗନୁ ଗ୍ରାମରେ ପ୍ରାୟ ୪୫୦ ଘର ଜାଳି ଦେଇଛନ୍ତି। ମିଆଁମାରର କୁକି ଆତଙ୍କବାଦୀମାନେ ମଣିପୁରରେ ଥିବା ସେମାନଙ୍କ ସଂପ୍ରଦାୟ ସହ ମିଶି ଭୟଙ୍କର ଆକ୍ରମଣ କରୁଛନ୍ତି। ଗତ ୨୯ ତାରିଖରେ ଜଣେ ବରିଷ୍ଠ ସେନା ଅଫିସର ଏକ ଟ୍ବିଟ୍ କରି କହିଥିଲେ ଯେ ଆତଙ୍କବାଦୀମାନେ ଲିମାଖଙ୍ଗ ସାମରିକ ଘାଟି ନିକଟରେ କିଛି ନାଗରିକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ର ରହିଛି ଏବଂ ସେମାନେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି। ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଜଣେ ନାଗରିକଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ସେହିପରି ରବିବାର ସନ୍ଧ୍ୟାରେ କିଛି ସ୍ଥାନରେ ଆକ୍ରମଣ ହୋଇଥିଲା।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..