ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତ୍ରିପୁରାରେ ହୋଇଥିବା ହିଂସାର ପ୍ରତିବାଦ ମହାରାଷ୍ଟ୍ରର ଅମରାବତିରେ ପ୍ରଭାବ ଦେଖିବାକୁ ମିଳିଛି | ତେବେ ଏଠାରେ ପରିସ୍ଥିତି ସାଂଘାତିକ ରୂପ ନେଇଛି। ଅମରାବତି ସହରରେ ବନ୍ଦ ପାଳନ ବେଳେ ସାନି ହିଂସା ଉପୁଜିବାରୁ ଶନିବାରଠାରୁ ସେଠାରେ ୪ ଦିନିଆ କର୍ଫ୍ୟୁ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ତ୍ରିପୁରାରେ ହୋଇଥିବା ହିଂସାକୁ ନିନ୍ଦା କରି ମୁସଲିମ ସଂଗଠନଗୁଡ଼ିକ ଦିନକ ପୂର୍ବରୁ ଏକ ରାଲି କରିଥିଲେ। ତେବେ ଏହି ରାଲିକୁ ବିରୋଧ କରି ବିଜେପି କର୍ମୀମାନେ ବନ୍ଦ ଡାକରା ଦେଇଥିଲେ। ଏହି ସମୟରେ ଆନ୍ଦୋଳନକାରୀମାନେ ଦୋକାନ ଉପରକୁ ଟେକାପଥର ମାଡ଼ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିମାଡ଼ କରିଥିଲା। ତେବେ ହିଂସାକୁ ରୋକିବା ଲାଗି ପ୍ରଶାସନ ସହରରେ ଶନିବାରଠାରୁ ୪ ଦିନ ପାଇଁ କର୍ଫ୍ୟୁ ଜାରି କରିଛି। ଏଥିସହିତ ୩ ଦିନ ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିଛି। ଚିକିତ୍ସା ସଂପର୍କିତ ଜରୁରୀ କାମ ବ୍ୟକ୍ତି ଲୋକମାନେ ଘରୁ ନବାହାରିବା ପାଇଁ କୁହାଯାଇଛି। ୫ ଜଣରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ମନା କରାଯାଇଛି। ପୁଲିସ ଏହି ଘଟଣାରେ ୨୦ ଜଣଙ୍କୁ ଗିରଫ କରିଛି, ୪ ଜଣଙ୍କୁ ଅଟକ ରଖିଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….