ରିପୋର୍ଟ କାର୍ଡ / ଭୁବନେଶ୍ୱର
ହଇଜା ମୁକାବିଲା ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ଏକ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି ୩ ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ। ସ୍ଥିତି ଯଦି ଅଣାୟତ୍ତ ଥାଏ , ତେବେ ଜିଲ୍ଲାପାଳ ସ୍କୁଲ ବନ୍ଦ ରଖିପାରିବେ। ମଧ୍ୟାହ୍ନ ଭୋଜନରେ ପିଲା ମାନଙ୍କୁ ଗରମ ଖାଦ୍ୟ ଦିଆଯିବ। ଏବଂ ଫୁଟା ପାଣି ପିଇବାକୁ ପିଲା ମାନଙ୍କୁ ନିର୍ଦେଶ ରହିଛି। ସ୍କୁଲରେ ଥିବା ପାଣି ଟାଙ୍କିକୁ ସଫା କରିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। କେନ୍ଦ୍ରୀୟ ଏବଂ ସ୍ଵାସ୍ଥ୍ୟ ବିଭାଗ ଟିମ୍ ଆଜି ଫୋକସ୍ ରେ ଥିବା ୩ ଜିଲ୍ଲା ଯଥା କଟକ , ଯାଜପୁର ଏବଂ ଭଦ୍ରକ ଜିଲ୍ଲା ଗସ୍ତ କରିବେ। ଏବଂ ଏହି ଟିମ୍ ସମସ୍ତ ପଦକ୍ଷେପର ସମୀକ୍ଷା ସହ ଯୋଜନା ପ୍ରସ୍ତୁତ କରିବେ।






More Stories
ଆସିଲା ବିୟୁଟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ…..
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..