Report Card Odisha

| Daily Odia News

୨୦୨୪ ଲୋକସଭା ନିର୍ବାଚନର ବିସ୍ତୃତ ତଥ୍ୟ ଜାରି କଲା ନିର୍ବାଚନ ଆୟୋଗ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ଲୋକସଭା ନିର୍ବାଚନରେ ୬୪.୬୪ କୋଟି ଭୋଟ୍ ପଡ଼ିଥିଲା ଏବଂ ମହିଳା ଭୋଟ ସଂଖ୍ୟା ପୁରୁଷଙ୍କ ଠାରୁ ୬୫.୭୮ ପ୍ରତିଶତ ଅଧିକ ଥିଲା। ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ୪୨ଟି ପରିସଂଖ୍ୟାନ ରିପୋର୍ଟର ଏକ ବିସ୍ତୃତ ସେଟରେ ଏହି ତଥ୍ୟ ନିର୍ବାଚନ ଆୟୋଗ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ୧୪ଟି ପରିସଂଖ୍ୟାନ ରିପୋର୍ଟ ପ୍ରକାଶ ପାଇଛି। ଲୋକସଭା ୨୦୨୪ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ପଞ୍ଜୀକୃତ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟାରେ ୨୩.୫ ପ୍ରତିଶତ ବୃଦ୍ଧି ଘଟିଛି। ଟ୍ରାନ୍ସଜେଣ୍ଡର ଭୋଟରଙ୍କ ସଂଖ୍ୟା ୨୦୧୯ରେ ୧୪.୬୪ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୨୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ ସାଧାରଣ ନିର୍ବାଚନରେ ୫୪୦ଟି କେନ୍ଦ୍ରରେ ପୁନଃ ମତଦାନ ହୋଇଥିବା ବେଳେ ୨୦୨୪ରେ ୪୦ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ହୋଇଥିଲା।

Breaking News