ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ । ଏଣିକି ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର । ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ସୋମବାର ବିରୋଧ ସତ୍ତେ୍ୱ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଛି । ଏହି ସଂଶୋଧନ ଅନୁଯାୟୀ ଏଣିକି ଭୋଟର ପଞ୍ଜୀକରଣ ପାଇଁ ଦରକାର ହେବ ଆଧାର ନମ୍ବର । ଭୋଟରଙ୍କ ପରିଚୟ ପ୍ରମାଣ ଭାବରେ ଆଧାର ଗ୍ରହଣ କରିବାକୁ ପ୍ରସ୍ତାବ । ତେବେ ବିଲ୍ ପାସ୍ ପରେ କାଲିଯାଏ ଲୋକସଭା ମୁଲତବି ରଖିଛନ୍ତି ବାଚସ୍ପତି । ଏହା ନିର୍ବାଚନକୁ ଦୁର୍ନୀତିମୁକ୍ତ କରିବ । ତେବେ ଏହି ଲିଙ୍କ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରଖାଯାଇଛି । ପ୍ରଥମ ଥର ଭୋଟ ପ୍ରଦାନ କରୁଥିବା ଭୋଟରଙ୍କ ପଞ୍ଜୀକରଣ ପାଇଁ ରହିଥିବା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ପୂର୍ବରୁ କେବଳ ୧ ଜାନୁୟାରୀ ସୁଦ୍ଧା ପ୍ରଥମ ଥର ଭୋଟରଙ୍କ ପଞ୍ଜୀକରଣ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ୪ ଥରକୁ ବୃଦ୍ଧି କରାଯାଇଛି । ପ୍ରତି ୩ ମାସରେ ଥରେ ଲେଖାଏଁ ପଞ୍ଜୀକରଣର ସୁଯୋଗ ମିଳିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ- ଭୋଟର ଆଇଡି କାର୍ଡ ଲିଙ୍କ ହେବାଫଳରେ ଜାଲ ମତଦାତାଙ୍କ ଉପରେ ଲଗାମ୍ ଲାଗିପାରିବ । ଗୃହରେ ବିଲ ଆଗତ ବେଳେ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ତୃଣମୂଳ କଂଗ୍ରେସ, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ଏବଂ ଓଓ୍ବେସୀଙ୍କ AIMIM ଦଳ ତୀବ୍ର ବିରୋଧ କରିଥିଲେ । ଏହି ବିଲକୁ ଷ୍ଟାଣ୍ଡିଂ କମିଟି ନିକଟରେ ଦାଖଲ କରାଯିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବା ନେଇ ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..