ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗୃହରୁ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । କହିଲେ, ବାରହା ମାରିବାକୁ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରୁଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ କାଟିଦିଆଯିବ କରେଣ୍ଟ । ବାରାହା ମାରିବା ପାଇଁ ଯେଉଁମାନେ ଇଲେକ୍ଟ୍ରି କରେଣ୍ଟ ବ୍ୟବହାର କରାଯାଉଛି, ଯାହା କେବଳ ବାରହା ନୁହଁନ୍ତି ବରଂ ହାତୀ ଏପରିକି ଲୋକଙ୍କ ମଧ୍ୟ ଅକାଳ ମୃତ୍ୟୁ ହେଉଥିବା ଘଟଣା ଘଟୁଛି । ଏଭଳି ଘଟଣାକୁ ରୋକିବାକୁ କଠୋର ହୋଇଛନ୍ତି ସରକାର । ଜଙ୍ଗଲି ପଶୁଙ୍କୁ ମାରିବାକୁ ଇଲେକ୍ଟ୍ରି ବ୍ୟବହାର କରୁଥିଲେ ଅଭିଯୁକ୍ତଙ୍କ ଘରୁ କରେଣ୍ଟ କାଟିଦେବାକୁ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏହାସହ ଏହି ପଦକ୍ଷେପକୁ ସଫଳ କରିବାକୁ ଅନ୍ୟ ବିଧାୟକଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି ସିଂଦେଓ ।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……