Report Card Odisha

| Daily Odia News

ସରକାରୀ ଓ ବିରୋଧୀ ଦଳ ସବୁ ସମାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ନିର୍ବାଚନ କମିଶନ(ଇସିଆଇ)ର ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ରାଇସିନା ରୋଡ୍‌ରେ ଥିବା ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ରବିବାର କରାଯାଇଛି । ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହି ସମୟରେ ଭୋଟରମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି, ସମ୍ବିଧାନ ଅନୁଯାୟୀ, ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୁବକ ଓ ଯୁବତୀ ଭୋଟର ହୋଇ ଭୋଟ ଦେବା ଉଚିତ୍‌ । ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ କମିଶନରେ ପଞ୍ଜିକରଣ ପରେ ହିଁ ଗଠିତ ହୁଏ । ନିର୍ବାଚନ କମିଶନ ପାଇଁ କୌଣସି ଶାସକ ଦଳ କିମ୍ବା ବିରୋଧୀ ଦଳ ନାହିଁ । ସମସ୍ତେ ସମାନ । ନିର୍ବାଚନ କମିଶନ କେବେବି ନିଜର କର୍ତ୍ତବ୍ୟରୁ ପଛକୁ ହଟି ନାହିଁ କି ହଟିବ ନାହିଁ । ନିର୍ବାଚନ କମିଶନଙ୍କର କେହି ପକ୍ଷ କିମ୍ବା ବିପକ୍ଷ ଦଳ ନାହାଁନ୍ତି । ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରନ୍ତି ନାହିଁ । ଅଭିଯୋଗ ଆସିଥିବା ବିହାର ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ବିହାରର ୭ କୋଟିରୁ ଅଧିକ ମତଦାତା କେବେ ପ୍ରଶ୍ନ କରି ନାହାଁନ୍ତି । ନିର୍ବାଚନ କମିଶନ ସହ ଛିଡା ହୋଇଛନ୍ତି ୭ କୋଟିରୁ ଅଧିକ ଭୋଟର । ଭୋଟ୍‌ ଚୋରି ଶବ୍ଦ ସମ୍ବିଧାନକୁ ଅପମାନ । ଭୋଟ୍‌ ଚୋରି ଭଳି ଭୁଲ୍‌ ଶବ୍ଦ ପ୍ରୟୋଗ କରି ଭ୍ରମିତ କରାଯାଉଛି । ଭୋଟରଙ୍କ ବିନା ଅନୁମତିରେ ଫଟୋ କେମିତି ସାମ୍ନାକୁ ଅଣାଗଲା ? ମାଆ,ଭଉଣୀଙ୍କ ସିସିଟିଭି ଭିଡିଓ ସାମ୍ନାକୁ ଆସିବା ଜରୁରୀ?ନିର୍ବାଚନ କମିଶନରଙ୍କ କାନ୍ଧରେ ବନ୍ଧୁ ରଖି ରାଜନୀତି କରାଯାଉଛି। ସାମ୍ବିଧାନିକ ଅଧିକାରରୁ ନିର୍ବାଚନ ଆୟୋଗ ପଛଘୁଞ୍ଚା ଦେବେ ନାହିଁ । ମିଥ୍ୟା ଆରୋପରେ କେବେ ନିର୍ବାଚନ ଆୟୋଗ ଡରିଯିବେ ନାହିଁ। ନିର୍ବାଚନ କମିଶନର କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳର ଦାବି ଅନୁଯାୟୀ, ବିହାରରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଆରମ୍ଭ ହୋଇଛି। ୧.୬ ଲକ୍ଷ ବିଏଲଏ ମିଳିତ ଭାବରେ ଏକ ଡ୍ରାଫ୍ଟ ଭୋଟର ତାଲିକା ପ୍ରସ୍ତୁତ କରିଛନ୍ତି। ଏହାର କପି ସମସ୍ତ ରାଜନୈତିକ ଦଳକୁ ଦିଆଯାଇଛି। ଯେତେବେଳେ ଏହି ତାଲିକା ପ୍ରସ୍ତୁତ କରାଯାଉଥିଲା, ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଏଥିରେ ଦସ୍ତଖତ କରିଥିଲେ, ତେବେ କେଉଁ ଆଧାରରେ ଡ୍ରାଫ୍ଟ ଭୋଟର ତାଲିକା ଉପରେ ପ୍ରଶ୍ନ ଉଠାଯାଉଛି ବୋଲି ସେ କହିଛନ୍ତି ।

Breaking News