ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜିଠାରୁ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି| ବିରୋଧୀ ବିଜେଡି ବିଧାୟକମାନେ ବିଜୁ ପଟ୍ଟନୟକଙ୍କୁ ଚରମ ଅପମାନିତ କରାଯିବା ପ୍ରତିବାଦରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ | ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ବିଧାୟକମାନେ ନାରାବାଜି କରିଛନ୍ତି। କକ୍ଷତ୍ୟାଗକରି ବିଜୁ ବାବୁଙ୍କ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି | କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଛନ୍ତି। ସେମାନେ ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ଏହାର ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ବାଧ୍ୟହୋଇ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….
ଆଜିଠୁ ସୁଭଦ୍ରା ଆବେଦନ…..