ରିପୋର୍ଟ କାର୍ଡ / ନୂଆଦିଲ୍ଲୀ /ଭୁବନେଶ୍ୱର
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ଦଳିତ ସହାୟିକାଙ୍କ ସହ ହୋଇଥିବା ଜାତିଗତ ଭେଦଭାବ ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ । ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ଖଡଗେ କହିଛନ୍ତି ସେ ଏହି ମାମଲାକୁ ଗୃହରେ ଶୂନ୍ୟକାଳରେ ଉଠାଇ କହିଛନ୍ତି ଯେ ଯଦି ଏଥିରେ କାହା ଦ୍ୱାରା ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡେ ତାହାହେଲେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଦରକାର । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ୨୧ତମ ଶତାଦ୍ଦୀରେ ଆମେ ବହୁ ସାମାଜିକ ବିକାଶ ଏବଂ ସାମାଜିକ ସଂସ୍କାର କଥା କହୁଛୁ କିନ୍ତୁ ଓଡ଼ିଶାରେ ଏକ ଦଳିତ ସହାୟିକାଙ୍କ ଦ୍ୱାରା ରନ୍ଧା ଖାଦ୍ୟକୁ ଏକ ବିଶେଷ ସମୁଦାୟର ଲୋକମାନେ ସେମାନଙ୍କ ପିଲାଙ୍କୁ ଖାଇବାକୁ ନଦେବା ପାଇଁ କହିଛନ୍ତି । ଗତ ତିନି ମାସ ଧରି ସେହି ଅଙ୍ଗନବାଡିକୁ ମଧ୍ୟ ବହିଷ୍କାର କରାଯାଉଛି । ଖଡଗେ୍ କହିଥିଲେ ଯେ, ଏହି ଘଟଣା ଦ୍ୱାରା ସମ୍ବିଧାନର ଧାରା ୨୧(କ)ର ଉଲ୍ଲଂଘନ ହୋଇଛି । ଏହାସହ ସମ୍ବିଧାନର ଧାରା ୪୭ରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ତାହାର ମଧ୍ୟ ବ୍ୟତିକ୍ରମ ଘଟିଛି ।






More Stories
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..
ମଣିପୁରରେ ସାନି ହିଂସା…..