ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
JEE ମେନ୍ ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୧କୁ ସ୍ଥଗିତ ରଖାଯାଇଛି । ନେସନାଲ୍ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ ରବିବାର JEE ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଥିବା ନେଇ ସୂଚନା ମିଳିଛି | ଆସନ୍ତା ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାକୁ ଥିବା ଜୀ ମେନ୍ କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଏହା ସ୍ଥଗିତ ହୋଇଛି । ତେବେ ପୁଣି ଥରେ ପରୀକ୍ଷା ନେଇ କେବେ ବିଜ୍ଞପ୍ତି ପ୍ରକାଶ ପାଇବ ସେ ନେଇ ସୂଚନା ଦିଆଯାଇନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଏହା ସହିତ ପରୀକ୍ଷାର ପୁନଶ୍ଚ ତାରିଖ ୧୫ ଦିନ ପୂର୍ବରୁ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।






More Stories
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..