ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜରେ ଧକ୍କା ହେବା ପରେ ଜଳିଯାଇଛି ଏକ ଯାତ୍ରୀବାହୀ ବସ୍। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଖବର ଅନୁଯାୟୀ, ଫୁଲବାଣୀରୁ ଭୁବନେଶ୍ବର ଆସୁଥିଲା ଏହି ଯାତ୍ରୀବାହୀ ବସ୍ । ହଠାତ୍ ବ୍ରିଜ୍ରେ ଧକ୍କା ଦେବାରେ ବସ୍ରେ ନିଆଁ ଲାଗିଯାଇଥିଲା । ତେବେ ବସ୍ ନିଆଁ ଲାଗିଥିବା ନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଏପିରିକି ବସ୍ରେ ଥିବା କିଛି ଯାତ୍ରୀଙ୍କୁ ତୁରନ୍ତ କାଚ ଭାଙ୍ଗି ବାହାରକୁ ବାହାର କରାଯାଇଥିଲା । ସେପଟେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏତେବଡ଼ ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ବସଟି ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….