ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ମହାମାରୀ କାରଣରୁ ଶିକ୍ଷା ପ୍ରଭାବିତ ହୋଇଛି। ସ୍କୁଲ ଏବଂ କଲେଜ୍ ବନ୍ଦ ଥିବାରୁ ଅନଲାଇନ୍ରେ ପାଠପଢା ଉପରେ ଗୁରୁତ୍ଵାରୋପ କରାଯାଇଛି। ତେବେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ କରୁଥିବା ପିଲାଙ୍କ ଉପସ୍ଥାନ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ କେତେ ପିଲା ଅନଲାଇନ ଓ ଅଫଲାଇନ କ୍ଲାସ୍ ଆଟେଣ୍ଡ କରୁଛନ୍ତି ତାର ତଥ୍ୟ ପଠାଇବେ ସ୍କୁଲ ପ୍ରିନ୍ସିପାଲ। ପ୍ରତିଦିନ ୪ଟା ସୁଦ୍ଧା ତଥ୍ୟ ପଠାଇବେ। ଏଥିପାଇଁ DHSEର HSS e-spaceରେ ଲଗଇନ୍ କରି ଅପଡେଟ୍ କରିବେ। ଏନେଇ ଡିଏଚଇ ପକ୍ଷରୁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାହୋଇଛି। ନିୟମିତ ଉପସ୍ଥାନ ତଥ୍ୟ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ଏବେ ଅନଲାଇନ୍ ପାଠପଢା ପ୍ରତି ଗୁରୁତ୍ଵ ଦିଆଯାଉଛି। ପିଲାଙ୍କୁ ଅଫଲାଇନ୍ ଏବଂ ଅନଲାଇନ୍ରେ କ୍ଲାସ୍ କରିବାର ବିକଳ୍ପ ଦିଆଯାଇଛି। କେଉଁ ଛାତ୍ର-ଛାତ୍ରୀ ଅଫଲାଇନ୍ କ୍ଲାସ୍ କରୁଥିବା ବେଳେ ଆଉ କିଛି ଅଫଲାଇନ୍ରେ ମଧ୍ୟ କ୍ଲାସ୍ କରୁଛନ୍ତି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..