ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ସମସ୍ତ ସେବାୟତଙ୍କୁ ୧୦ ହଜାର ଟଙ୍କା ଲେଖାଏ ମିଳିବ କରୋନା ସହାୟତା। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରାଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ସେବାୟତଙ୍କ ଗୁଜୁରାଣ ମେଣ୍ଟିପାରୁ ନାହିଁ। ଏଥିପାଇଁ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରତ୍ୟୋକ ସେବାୟତଙ୍କୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ତେବାକୁ ମନ୍ଦରି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଶ୍ରୀମନ୍ଦିରର ମୋଟ ୨୪୬୩ ସେବାୟତଙ୍କୁ ଏହି ସହୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ମୋଟ ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ଖର୍ଚ୍ଚ କରାଯିବା ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି।






More Stories
ଭି.କେ. ପାଣ୍ଡିଆନଙ୍କୁ ନୋଟିସ୍ ଜାରି କଲା ପୋଲିସ…..
ସୋନମ ୱାଙ୍ଗଚୁକ୍ ଅନଶନ ସମାପ୍ତ କରିବାକୁ ରଖିଲେ ସର୍ତ୍ତ…..
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ…..