Report Card Odisha

| Daily Odia News

ରାଜ୍ୟରେ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଉଛି….

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ପିଆଜ ଦର ଆକାଶଛୁଆଁ । ହେଲେ ରାଜ୍ୟ ବିଧାନସଭାରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି, ତାହା ସରକାର ଉପରେ ପ୍ରଶ୍ନ ଚିହ୍ନ ଠିଆ କରିଛି । ରାଜ୍ୟରେ ଲୋକଙ୍କ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଉଛି, ହେଲେ ତା ସତ୍ତ୍ୱେ ବି ପିଆଜ ଦର ବଜାରରେ ୭୦ ଉପରେ ବିକ୍ରି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟରେ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ରହିଥିବାବେଳେ, ରାଜ୍ୟରେ ୪.୨୦ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହେଇଥିଲା । ହେଲେ ତା ସତ୍ତ୍ୱେ ବି ଏବେ ବଜାରରେ ପିଆଜ ଦର ୭୦ ପାର୍ କରିଛି । ଆଜି ବିଧାନସଭା ଶୀତ ଅଧିବେଶନରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପିଆଜ ମିଶନ ଆଉ ରାଜ୍ୟରେ କେତେ ପରିମାଣରେ ପିଆଜ ଉତ୍ପାଦନ ହେଉଛି ସେନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ କେଭି ସିଂହଦେଓ । ହେଲେ ମନ୍ତ୍ରୀଙ୍କ ଉତ୍ତରରୁ ଯେଉଁ ତଥ୍ୟ ଆସିଥିଲା, ତାହା ଅନେକଙ୍କୁ ବିସ୍ମିତ କରିବ। ରାଜ୍ୟରେ ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ରହିଥିବାବେଳେ, ରାଜ୍ୟରେ ୪.୨୦ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହେଇଥିଲା । ହେଲେ ତା ସତ୍ତ୍ୱେ ବି ଏବେ ବଜାରରେ ପିଆଜ ଦର ୭୦ ପାର୍ କରିଛି । ଅନ୍ୟପଟେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ପିଆଜ ମିଶନ ଯୋଜନା କାର୍ଯ୍ୟକାରୀ ହେଇନାହିଁ । ଏଥିପାଇଁ ରାଜ୍ୟ ରାଜକୋଷରୁ ମଧ୍ୟ କୌଣସି ଅର୍ଥ ବରାଦ କରାଯାଇନି। ତେବେ ବର୍ତ୍ତମାନ ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜର ଗଚ୍ଛିତ ପରିମାଣ ହ୍ରାସ ଆଉ ନୂଆ ପିଆଜ ଅମଳରେ ବିଳମ୍ବ କାରଣରୁ ଦାମ ବୃଦ୍ଧି ପାଉଥିବା କୁହାଯାଇଛି। ତେବେ ଗତ ବର୍ଷ ରାଜ୍ୟରେ ଲୋକଙ୍କ ଆବଶ୍ୟକତାଠୁ ଅଧିକ ପିଆଜ ଉତ୍ପାଦନ ହେଇଥିଲେ ବି, ବାକି ବଳକା ପିଆଜ କୁଆଡେ ଗଲା, ତାକୁ ନେଇ ପ୍ରଶ୍ନ ଛିଡା ହେଇଛି । ୪.୨୦ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହେଇଥିଲାବେଳେ, ଲୋକଙ୍କର ଆବଶ୍ୟକ ହେଉଥିଲା ୩.୭୫ ଲକ୍ଷ ମେଟ୍ରିକ ଟନ୍ ପିଆଜ। ହେଲେ ବାକି ପିଆଜ କୁଆଡେ ଗଲା, ତାହା ଏବେ ଆଲୋଚନାର ବିଷୟ।

Breaking News