Report Card Odisha

| Daily Odia News

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଛାତ୍ରୀ ଭୁବନେଶ୍ବର ସ୍ଥାନାନ୍ତର…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ(୨୪)ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବୁର୍ଲା ପୋଲିସ ଉଦ୍ଧାର କରିଛି। ଛାତ୍ରୀଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଥିବା ଜଣାଯାଇଛି। କେଉଁମାନେ, କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଛନ୍ତି ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ବୁଧବାର ସନ୍ଧ୍ୟାରେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖି କିଛି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଯୁବତୀ ଜଣକ ବୁର୍ଲା ସହର ବାସିନ୍ଦା ହୋଇଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରି ସାଇନ୍ସ ବିଭାଗ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କ କପାଳରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ମାନସିକ ଅବସ୍ଥା ସ୍ବାଭାବିକ ହୋଇନଥିବାରୁ ସେ କୌଣସି ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଆଶଙ୍କା କରାଯାଉଛି। ଆକ୍ରମଣକାରୀମାନେ ଝିଅର ମୋବାଇଲ ନେଇ ଯାଇଥିବା ଛାତ୍ରୀଙ୍କ ବାପା ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖି କିଛି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଯୁବତୀ ଜଣକ ବୁର୍ଲା ସହର ବାସିନ୍ଦା ହୋଇଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରି ସାଇନ୍ସ ବିଭାଗ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କ କପାଳରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କ ମାନସିକ ଅବସ୍ଥା ସ୍ବାଭାବିକ ହୋଇନଥିବାରୁ ସେ କୌଣସି ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଆଶଙ୍କା କରାଯାଉଛି। ଆକ୍ରମଣକାରୀମାନେ ଝିଅର ମୋବାଇଲ ନେଇ ଯାଇଥିବା ଛାତ୍ରୀଙ୍କ ବାପା ପ୍ରକାଶ କରିଛନ୍ତି।

Breaking News