ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି | ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୧୫ ନୂଆମନ୍ତ୍ରୀ । ଆଜି ରାଜ୍ୟପାଳ କଲରାଜ ମିଶ୍ର ୧୫ ନୂଆମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ୧୧ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଟ ୧୫ ବିଧାୟକଙ୍କୁ ନେଇ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି। ମହେନ୍ଦ୍ରଜିତ ସିଂ ମାଲବୀୟ, ହେମାରାମ ଚୌଧୁରୀ, ମହେନ୍ଦ୍ର ଯୋଶୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରବିବାର ଅଶୋକ ଗେହଲଟ୍ ନେତୃତ୍ବାଧୀନ ରାଜସ୍ଥାନ ସରକାରରେ କ୍ୟାବିନେଟ୍ ପୁନର୍ଗିଠତ ହୋଇଛି। ଏହା ପୂର୍ବରୁ ଶନିବାର ରାଜସ୍ଥାନ କଂଗ୍ରେସର ସବୁ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ।ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଅଶୋକ ଗେହଲଟଙ୍କ ବାସଭବରେ ହୋଇଥିବା ବୈଠକରେ ସବୁ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦେଇଥିଲେ।






More Stories
ଯାତ୍ରୀଙ୍କୁ ପିଟିଲେ ପାଇଲଟ…..
ରକ୍ତ ନେଇ HIV ସଂକ୍ରମିତ ହେଲେ ୫ ଶିଶୁ !…..
କ୍ଷମା ନାହିଁ,ଅଭିଯୁକ୍ତକୁ ମିଳିବ ଫାଶୀ…..