Report Card Odisha

| Daily Odia News

ବିଏମସି ପକ୍ଷରୁ ଟ୍ରେଡ୍ ମେଳା, ଆଦାୟ ହେବ ୬୦ କୋଟିରୁ ଅଧିକ ବକେୟା ଟଙ୍କା

ଭୁବନେଶ୍ୱର (ବିବିଏମ୍ ଟିଭି ବ୍ୟୁରୋ): ବିଏମସି ପକ୍ଷରୁ ଅରମ୍ଭ ହୋଇଛି ଟ୍ରେଡ୍ ମେଳା । ବିଏମସିର ପ୍ରଶାସନିକ ଅଧିକାରୀ ସଂଗ୍ରାମଜିତ ନାୟକ ଏହି ମେଳାକୁ ଭୁବନେଶ୍ୱର ସହିଦନଗରସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟନ କରିଛନ୍ତି । ଏଠାରେ ହୋଲଡିଂ ଟିକସ, ଫୁଡ଼ ଲାଇସେନ୍ସ ଓ ଟ୍ରେଡ଼ ଲାଇସେନ୍ସ ପାଇଁ ଟିକସ ଆଦାୟ ସହ ନବୀକରଣ ଆଦି ଗୋଟିଏ ଛାତ ତଳେ କରାଯିବ ।
ଆଜିଠାରୁ ମାର୍ଚ୍ଚ ୨୮ପର୍ଯ୍ୟନ୍ତ ଏହି ମେଳା ବିଭିନ୍ନ ଜୋନ୍ ରେ ପର୍ଯ୍ୟାୟକ୍ରମେ ଚାଲିବ । ମେଳା ମାଧ୍ୟମରେ ଡୋର ଷ୍ଟେପ୍ ରେ ବିଶେଷ କରି ବରିଷ୍ଠ ନାଗରିକ ସୁଚାରୁରୁପେ ହୋଲଡିଂ ଟିକସ ଉପରେ ସୂଚନା ସଂଗ୍ରହ ଓ ଟିକସ ପଇଠ କରିପାରିବେ। ତେବେ ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବାବଦରେ ୬୨ କୋଟି ଟଙ୍କା ଏବଂ ଟ୍ରେଡ ଲାଇସେନ୍ସରେ ୮ କୋଟି ଟଙ୍କା ବକେୟା ଅର୍ଥ ରହିଛି। ଏହି ମେଳା ଦ୍ୱାରା ସେସବୁ ପୂରଣ ହୋଇପାରିବ ବୋଲି ବିଏମସିର ଲକ୍ଷ୍ୟ ରହିଛି ।

Breaking News