ରିପୋର୍ଟ କାର୍ଡ / ରାଉରକେଲା
ବିସ୍ଫୋରଣ କରି ଉଡାଇଦେଲେ ରେଳ ଟ୍ରାକ । ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ ଚାଲିଛି। ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ପୋରଣରେ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ ହୱଡା-ମୁମ୍ବାଇ ମାର୍ଗରେ ବିଳମ୍ବରେ ଚାଲିଛି। ରାଉରକେଲା ଷ୍ଟେସନରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି। ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..