Report Card Odisha

| Daily Odia News

ଆଜି ନୂଆପଡାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡା ଗସ୍ତରେ ଯାଉଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଖି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେବାକୁ ଦଳ ଚିନ୍ତା କରିଛି। ମୋହନ ମାଝୀଙ୍କ କାର୍ଯ୍ୟକ୍ରମ କୋମନା ବ୍ଲକରେ ଥିବାବେଳେ ବିଷ୍ଣୁଦେବ ନୂଆପଡା ବ୍ଲକରେ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ କୋମନା ସ୍ଥିତ ଉଦ୍ୟାନବନ୍ଧ ଠାରେ ପହଞ୍ଚି ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ ସେହି ବ୍ଲକରେ ସେ ରୋଡ୍‌ ଶୋ କରି ଗୋଟିଏ ସ୍ଥାନରେ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ବ୍ଲକର ପଞ୍ଚମପୁର ଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିବେ ବୋଲି ଜଣାପଡିଛି। ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

Breaking News