ରିପୋର୍ଟ କାର୍ଡ / ପାଟନା
ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ୧୦ଟି ଜିଲାରେ ଇଭିଏମରେ ତ୍ରୁଟି ଦେଖାଦେଇଛି । ୧୨୧ଟି ଆସନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ବିହାରର ୧୦ଟି ଆସନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ଖରାପ ହୋଇଛି, ଯାହା ଫଳରେ ଭୋଟ୍ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନ ଏହା ଉପରେ ଦୃଷ୍ଟି ଦେଇଛନ୍ତି । ଦାନାପୁର, ମାଧେପୁରେ ଏବଂ ରାଘୋପୁରରେ ଇଭିଏମ୍ ଖରାପ ହୋଇଛି । ଦାନାପୁରର ୧୯୬ନମ୍ବର ବୁଥରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଅଧଘଣ୍ଟା ପରେ ମତଦାନ ପୁନର୍ବାର ଆରମ୍ଭ ହୋଇଛି । ଇଭିଏମ ଖରାପ ହେବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହାସହିତ ଭୋଟ ଦେବାକୁ ଆସିଥିବା ଲୋକମାନେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….