ରିପୋର୍ଟ କାର୍ଡ / ରେଢ଼ାଖୋଲ
ଏମିତି କୌଣସି ଶକ୍ତି ନାହିଁ, ଯିଏ ମୋତେ ଅଟକାଇ ଦେବ। ଅଧ୍ୟାୟ ଏଠାରୁ ସରୁ ନାହିଁ। ମୋର ଅଧ୍ୟାୟ ଆରମ୍ଭ ହେଲା। ରେଢ଼ାଖୋଲ ସହିତ ମଲା ପର୍ଯ୍ୟନ୍ତ ସମ୍ପର୍କ ରହିଥିବ। ରେଢ଼ାଖୋଲ ମାଟିର ସେବା କରୁଥିବି। ଆପଣମାନେ ହିଁ ମୋର ବଳ ଆପଣମାନେ ନ ଚାହିଲେ ମୋତେ ଏଠାରୁ କେହି ହଟେଇ ପାରିବେ ନାହିଁ | ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବିଦା ପରେ ରେଢ଼ାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ ଚ୍ୟାଲେଂଜ କରିବା ଢଂଗରେ ଏଭଳି କହିଛନ୍ତି।ରେଢ଼ାଖୋଲ ବ୍ଲକ୍ କଦଳୀଗଡ଼ଠାରେ ଅର୍ଜୁନ ସ୍ନାତକ କଲେଜ ଉଦ୍ଘାଟନ ସମାରୋହରେ ଇଂ. ପୂଜାରୀ ଏହା କହିଛନ୍ତି। ସେ ଆହୁରି କହିଲେ, ମୁଁ ଅଳ୍ପ ସମୟରେ ମଧ୍ୟରେ ବହୁତ କିଛି ଚେଷ୍ଟା କରିଛି। ତେବେ, ଆହୁରି ଚେଷ୍ଟା ରହିବା କଥା। ଆହୁରି ଚେଷ୍ଟା କରିଥିଲେ ମୁଖ୍ୟମନ୍ତ୍ରୀ ଖୁସି ହୋଇଥାନ୍ତେ। ନିର୍ବାଚନ ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ରହିଥିଲେ ଆହୁରି କେତେକ ଜାଗାରେ ଯୁକ୍ତ ଦୁଇ କଲେଜ ଖୋଲିଦେଇଥାନ୍ତି। କିନ୍ତୁ, ତାହା ହୋଇପାରିଲା ନାହିଁ। ମଣିଷ ମଲା ପର୍ଯ୍ୟନ୍ତ ଶିଖୁଥାଏ। ମୁଁ ବି ଶିଖୁଥିବି ବୋଲି ଇଂ.ପୂଜାରୀ କହିଛନ୍ତି।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..