ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆଧାର ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ସମସ୍ତ ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ଏ ସଂକ୍ରାନ୍ତରେ ରିପୋର୍ଟ ୧୫ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କୁହାଯାଇଛି। ଓଡ଼ିଶା ସ୍କୁଲ ଶିକ୍ଷା ପ୍ରୋଗ୍ରାମ ଅଥରିଟିଙ୍କ ପକ୍ଷରୁ ଜାରି ଚିଠିରେ କୁହାଯାଇଛି, ସମସ୍ତ ସ୍କୁଲରେ ଆଧାର ଏନରୋଲମେଣ୍ଟ ଶିବିର ଆୟୋଜନ ପାଇଁ ବିଇଓମାନଙ୍କୁ କୁହାଯାଇଛି। ଡିଇଓ କିମ୍ବା ଡିପିସି ଏହାର ତଦାରଖ କରି ରିପୋର୍ଟ ଦାଖଲ କରିବେ। ଏସଓପି ଅନୁଯାୟୀ କ୍ଷେତ୍ର ଅଧିକାରୀମାନେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ଡିଇଓ ଏବଂ ବିଇଓମାନେ କ୍ଷେତ୍ର ଅଧିକାରୀମାନଙ୍କ ସହିତ ସମନ୍ବୟ ରକ୍ଷା କରିବେ। ନିର୍ଧାରିତ ତାରିଖ ଅନୁଯାୟୀ କୌଣସି ସ୍ଥାନରେ ଶିବିର ଆୟୋଜିତ ହୋଇନପାରିଲେ ବିଇଓ କିମ୍ବା ସରକାରୀ କାର୍ଯ୍ୟାଳୟରେ ଏହା ଅନୁଷ୍ଠିତ ହେବ।






More Stories
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..
ଆଜି ହେଉଛି ପଣା ସଂକ୍ରାନ୍ତି,ଓଡ଼ିଆ ନବବର୍ଷ……
ଲାଗୁହେଲା ଓଡ଼ିଶା ସରକାରୀ ବିଶ୍ୱ ବିଦ୍ୟାଳୟ ଅଧିନିୟମ-୨୦୨୬….