ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କଡା ନିର୍ଦ୍ଦେଶ ଯେ ଏଣିକି ସୋମବାର ଦିନ କୌଣସି ସରକାରୀ ବୈଠକ ହେବନାହିଁ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରତ୍ୟେକ ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା ହେବା ପେ ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ପ୍ରତ୍ୟେକ ମାସ ତୃତୀୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯିବାକୁ କୁହାଯାଇଛି । ଏହି ଦିନ ୧୦ରୁ ୧୧ଟି ପ୍ରକଳ୍ପର ସମୀକ୍ଷା କରାଯିବ ।






More Stories
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..
OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ……
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..