ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ଚୋରି ଉଦ୍ୟମ ହୋଇଛି। ତାଙ୍କ ନୟାପଲ୍ଲୀ IRC ଭିଲେଜସ୍ଥିତ ଏନ/୨୫ ଘରୁ ଚୋରି ଉଦ୍ୟମ ହୋଇଛି। ଝରକା ଭାଙ୍ଗି ପଶିବା ବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ରେକି ପରେ ଘରକୁ ପଶିବାକୁ ଉଦ୍ୟମ କରିଥିଲା ଲୁଟେରା ଲୁଟେରାକୁ ଗିରଫ କରି ପୋଲିସ ଅଧିକ ପଚରାଉଚରା କରୁଛି । ଗତ ୨୬ରେ ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଏନ୍-୨୯ ଘରୁ ଚୋରି ହୋଇଥିଲା ରାତିରେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀସ୍ଥିତ ଘରୁ ଚୋରି ହୋଇଥିଲା । ନଗଦ ଟଙ୍କା ସହ ସମସ୍ତ ସୁନା ଅଳଙ୍କାର ଲୁଟ କରି ଝରକା ବାଟ ଦେଇ ଲୁଟେରା ଫେରାର ହୋଇଥିଲା। ରାତି ପ୍ରାୟ ୩ଟା ୪୦ ବେଳେ ଦେବଜ୍ୟୋତିଙ୍କ ସାନପୁଅ ଆଲାର୍ମ ଶୁଣି ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। ବେଡରୁମ୍ର ଭିତର ପଟୁ ଚୋର ଜଣଙ୍କ କବାଟ ଲକ୍ କରିଥିବା ଜଣାପଡ଼ିଥିଲା। ଏହାପରେ ମାଷ୍ଟର କି ଜରିଆରେ ସୁରକ୍ଷାକର୍ମୀ କବାଟ ଖୋଲିଥିଲେ। ତେବେ ବେଡ୍ରୁମର ଝରକା ଖୋଲାଥିବା ଦେଖିବାକୁ ପାଇଥିଲେ। ଏଥିସହ ୱାର୍ଡରୋବ୍ ଖୋଲାହୋଇଥିବା ବ୍ରିଫ୍କେସ୍କୁ ଭଙ୍ଗାଯାଇ ଖୋଲାଯାଇଥିଲା। ଏହି ଘଟଣା ସମ୍ପର୍କରେ ସୋମବାର ଡିସିପି ପିନାକ ମିଶ୍ର କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଟିମ୍ ଚେଷ୍ଟା କରୁଛନ୍ତି। କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଏହି ମାମଲାରେ ଖୁବ୍ଶୀଘ୍ର ସଫଳତା ମିଳିବ ବୋଲି ଡିସିପି ମିଶ୍ର କହିଛନ୍ତି। ତେବେ ଅନ୍ୟପକ୍ଷରେ ଗତ ଡିସେମ୍ବର ୨୦ରେ ନିରଞ୍ଜନଙ୍କ ୫ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଚଢ଼ାଉ କରିଥିଲେ। ସେହି ସମୟରେ ଇଡି ପକ୍ଷରୁ କ’ଣ ସବୁ ଜବତ ହୋଇଥିଲା ସେନେଇ କିଛି ସୂଚନା ଦିଆଯାଇ ନ ଥିଲା। ଏବେ ନିରଞ୍ଜନଙ୍କ ଘରୁ ୫୦ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରାଯିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଇଡିର ଚଢ଼ାଉ ଦିଗକୁ ନେଇ ତଦନ୍ତ ହେଉଛି କି ନାହିଁ ଡିସିପି ମିଶ୍ରଙ୍କୁ ପଚାରିବାରୁ ସେ ଏନେଇ କିଛି ଜାଣି ନ ଥିବା କହିଛନ୍ତି। ଅପରପକ୍ଷରେ ନିରଞ୍ଜନ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡ଼ିଛି। ଓଡିଶା ପୋଲିସ ଜନତାଙ୍କ ସୁରକ୍ଷାକୁ ନିଶ୍ଚିତ କରନ୍ତୁ ଏବଂ ଏହା ଭାଜପା ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ୱରକୁ ସୁରକ୍ଷିତ କରନ୍ତୁ ବୋଲି ନିରଞ୍ଜନ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……