Report Card Odisha

| Daily Odia News

୧୦୦ ତମ ଆଭlଶୀ ଆଲୋଚନା ନିର୍ବାଚନୀ ବଣ୍ଡ…..

ରିପୋର୍ଟ କାର୍ଡ / କଟକ

ଭୋଟର ମାନଙ୍କୁ ରାଜନୈତିକ ପାଣ୍ଠି ସମ୍ବନ୍ଧୀୟ ସୂଚନା ଜାଣିବାର ଅଧିକାର ରହିଛି ବୋଲି ସୁପ୍ରିମ କୋର୍ଟ ର ପାଞ୍ଚ ଜଣିଆ ବେଞ୍ଚ ସର୍ବ ସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି l ଅନେକ ଏହାକୁ ଭାରତୀୟ ଗଣତନ୍ତ୍ରର ଏକ ଐତିହାସିକ ବିଜୟ ବୋଲି ଅଭିହିତ କରିଛନ୍ତି l ଇଲେକ୍ସନ ବଣ୍ଡ ସ୍କିମ ର ସାମ୍ବିଧାନିକ ବୈଧତlକୁ ଚ୍ୟାଲେଞ୍ଜ କରି ଆସୋସିଏସନ୍ ଫର୍ ଡେମୋକ୍ରେଟିକ ରିଫର୍ମସ ୨୦୧୯ ସୁପ୍ରିମ କୋର୍ଟ ରେ ପିଟିସନ ଦାୟର କରିଥିଲେ ବୋଲି ସ୍ତମ୍ଭକାର ଡ଼ ସନ୍ତୋଷ କୁମାର ମହାପାତ୍ର ପ୍ରକାଶ କରିଛନ୍ତି l ଥିଙ୍କର୍ସ କ୍ଳବ୍ ର ୧୦୦ ତମ ଆଭlଶୀ ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡ୍ ମହାପାତ୍ର କହିଲେ ଯେ ନିର୍ବାଚନ ବଣ୍ଡ ଅସ୍ଵଚ୍ଛତାର ପ୍ରତୀକ ଓ ଏହା ରଦ୍ଦ ହେବl ଯଥାର୍ଥ l ଅନ୍ୟତମ ବକ୍ତା ଭାବେ ପୂର୍ବତନ କେନ୍ଦ୍ରୀୟ ନିର୍ବାଚନ କମିଶନ ର ଉପଦେଷ୍ଟା ଭଗବାନ ପ୍ରକାଶ ନିର୍ବାଚନ ବଣ୍ଡ ଯଥlର୍ଥ ନୁହେଁ ବୋଲି ମତ ଦେଇଥିଲେ l ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ୧୦୦ ତମ ଆଭlଶୀ ଆଲୋଚନାରେ ଗଣେଶ୍ୱର ନାୟକ,ନିମାଇଁ ସ୍ୱାଇଁ, ଆଶୁତୋଷ ମିଶ୍ର,ଅଭୟ ଦାସ,ନିରଞ୍ଜନ ପଣ୍ଡା,ଜୟକୃଷ୍ଣ ଚୌଧୁରୀ,ଡ୍ ନନ୍ଦ ନନ୍ଦନ ଦାସ,ସୁଧାକର ପତ୍ରୀ, ବିଭୁଦତ୍ତ ମହାନ୍ତି,ସୁବାସ ସାହୁ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ଡ ଦିପାୟନ୍ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ l

Breaking News