ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱରରୁ ସ୍ୱାଧୀନ ଭାବେ ଲଢିବେ ଖାରବେଳ ସ୍ୱାଇଁ । ରବିବାର ବିଜେପି ଦଳରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡଙ୍ଗୀଙ୍କ ନାମ ଘୋଷଣା ହେବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ଏହାସହିତ ସେ ବାଜପେୟୀଙ୍କ ଫଟୋ ରଖି ଭୋଟ୍ ଭିକ୍ଷା କରିବେ ବୋଲି କହିଛନ୍ତି । ୨୦୧୯ ନର୍ବାଚନରେ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ପରେ ପରାଜିତ ହୋଇଥିଲେ । ଚଳିତ ଥର ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ କହିଥିଲେ । ବାଲେଶ୍ୱର ପାଇଁ ସେ ଆଶାୟୀ ଥିବା କୁହାଯାଉଥିଲା । ତେବେ ପ୍ରାର୍ଥୀ ତାଲିବା ଆସିବା ପରେ ଦଳ ତାଙ୍କୁ ଟିକେଟ ଦେଇନଥିବାରୁ ସେ ସ୍ୱାଧୀନ ଭାବେ ଲଢିବେ ବୋଲି କହିଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..