Report Card Odisha

| Daily Odia News

ଶ୍ରୀମନ୍ଦିର ପରିଦର୍ଶନ ତତ୍ତ୍ଵ ଆଲୋଚନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀମନ୍ଦିର ପରିଦର୍ଶନ ପୂର୍ବରୁ ତାର ଚାରି ଦ୍ଵାର ଧର୍ମ, ଅର୍ଥ, କାମ,ମୋକ୍ଷ ଓ ଅରୁଣ ସ୍ତମ୍ବ, ଗରୁଡ଼ ସ୍ତମ୍ଭ, କାଶୀ ବିଶ୍ଵନାଥ, ୨୨ ପାହାଚ,କଳ୍ପ ବୃକ୍ଷ,କୋଇଲି ବୈକୁଣ୍ଠ, ବଟ ଗଣେଶ ଆଦି ଅନେକ ଦେବା ଦେବୀ ଙ୍କ ସମ୍ପର୍କରେ ଥିବା ତତ୍ତ୍ଵ ଗୁଡ଼ିକ ଦର୍ଶନ।ର୍ଥି ନିହାତି ଜାଣିବା ଆବଶ୍ୟକ l ଦୈନିକ ଶ୍ରୀ ଜଗନ୍ନାଥ ମନ୍ଦିର କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଦର୍ଶନ ନିମନ୍ତେ ଯାତ୍ରା କରିଥାନ୍ତି l ଏସବୁ ର ତତ୍ତ୍ଵ ସମ୍ପର୍କରେ ଗବେଷକ ନରେଶ ଦlଶ ଥିଙ୍କର୍ସ କ୍ଳବ୍ ର ୯୦ ତମ ଆଭାଶି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରକାଶ କରିଥିଲେ l ତାହା ଅତ୍ୟନ୍ତ ଶିକ୍ଷଣୀୟ ହୋଇ ଥିଲା l ଆଗ୍ରହୀ ବ୍ୟକ୍ତି ୟୁ ଟ୍ୟୁବ୍ ରେ ଦେଖି ପାରିବେ l ପର୍ଯ୍ୟବେକ୍ଷକ ଭାବେ ସୋଆ ବିଶ୍ଵବିଦ୍ୟାଳୟ ର କୁଳପତି ଡାକ୍ତର ଆଶୋକ ମହାପାତ୍ର ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ମହାପ୍ରସାଦ ଓ ୫୬ ଭୋଗ ର ମହିମା ସମ୍ପର୍କରେ ନିଜ ଅଭିଜ୍ଞତାରୁ କହିଥିଲେ । ଡ ସ୍ବଦେଶ ସୁନ୍ଦର ପଟ୍ଟନାୟକ ହୁଏତ ଆମ୍ଭେ ଚର୍ମ ଚକ୍ଷୁରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ସମ୍ପୂର୍ଣ୍ଣ ଦାରୁ ମୂର୍ତ୍ତି କୁ ଦେଖି ପାରୁ ନାହିଁ ବୋଲି କହିଥିଲେ।ଆଲୋଚନାରେ ସର୍ବଶ୍ରୀ ଗୌତମ ମହାନ୍ତି,ଡ୍ ରଜତ କୁମାର ଶତପଥୀ, ଚିତ୍ତରଞ୍ଜନ ଶତପଥୀ, ନିମାଇଁ ସ୍ୱାଇଁ,ବିଭୁଦତ୍ତ ମହାନ୍ତି,ପ୍ରଫେସର ଉମାଶଙ୍କର ମିଶ୍ର,ଡ୍ ନନ୍ଦ ନନ୍ଦନ ଦାସ, ଇ ସୁଧାକର ପତ୍ରୀ ଓ ବରଦା ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Breaking News