Report Card Odisha

| Daily Odia News

ଗଣତନ୍ତ୍ର ଦଳତନ୍ତ୍ର ଓ ଧନତନ୍ତ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଶ୍ୱରେ ୧୪୧ ଟି ଗଣତାନ୍ତ୍ରିକ ରାଷ୍ଟ୍ର ଅଛି । ଭାରତ ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ର ମର୍ଯ୍ୟାଦା ପାଇଛି। ପୃଥିବୀର ନେତା ମାନେ ଭାରତ ଆସନ୍ତି | ତାଜମହଲ, ମହାତ୍ମାଗାନ୍ଧୀ ଓ ଗଣତାନ୍ତ୍ରିକ ପରଂ ପରା କୁ ଅନୁଧ୍ୟାନ କରିବାପାଇଁ ବୋଲି କେନ୍ଦ୍ର ସରକାରଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ ଥିଙ୍କର୍ଶ କ୍ଲବ୍ ର ୫୨ ତମ ଆଭାସି ଆଲୋଚନାରେ ପ୍ରକାଶ କରିଛନ୍ତି l ସେ ଆହୁରି କହିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଙ୍କୁ ଏକ କମିଟି ଜରିଆରେ ନିଯୁକ୍ତି ଦେଇ ଅଷ୍ଟ୍ରେଲିଆ କଲମ୍ବିଆ ଦେଶ ପରି ବାଧ୍ୟତାମୂଳକ ଭୋଟ ଦାନ ନୀତି ଭାରତ ରେ ଲାଗୁ କରାଯାଉ ଲ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସହଦେବ ସାହୁ କହିଲେ ଯେ ୨୦୦୩ ଠାରୁ କଂଗ୍ରେସ ସରକାର ନିର୍ବାଚନ ଆଇନ ରେ ପରିବର୍ତ୍ତନ କରାଯିବା ଓ ଲୋକ ପ୍ରତିନିଧି ମାନଙ୍କୁ ଦଳ ମୁଖ୍ୟ ନିଜ ଅଞ୍ଚଳ ପରିବର୍ତ୍ତେ ଅନ୍ୟ ସ୍ଥାନରେ ନିର୍ବାଚନରେ ପlର୍ଥୀ କରିବା ଫଳରେ ଗଣତନ୍ତ୍ର ଦଲତନ୍ତ୍ର ରେ ପରିଣତ ହୋଇଛି । ଦେଶର ଅଧିକାଂଶ ଲୋକେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ରାଜନୈତିକ କର୍ମୀ ମାନେ ଟଙ୍କା ଦେଇ ଭୋଟ ପାଇଯାଉଛନ୍ତି । ଜେନ ତେନ୍ ପ୍ରକାରେ ଭୋଟ ନେଲେ ଗଣତନ୍ତ୍ର ବିପନ୍ନ ହେବ ଓ ଦେଶ ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ଯିବ । ଏଣୁ ଦଳ ପତି ମାନେ ଏ ଦିଗରେ ଦୃଷ୍ଟି ଦିଅନ୍ତୁ । ସଭା କୁ ସଂଯୋଜନା କରି ଥିଙ୍କର୍ସ୍ କ୍ଲବ୍ ର ସଭାପତି ବରଦା ଦାସ ନିର୍ବାଚନ ଆଇନ ରେ ପରିବର୍ତ୍ତନ କରିବା ଉପରେ ଗୁରୁତ୍ବ ଦେଇଥିଲେ। ସୁପ୍ରିମ କୋର୍ଟ ର ଆଡଭୋକେଟ ସୋମ୍ୟାଜିତ୍ ପାଣି, ପ୍ରଫେସର ନଗେନ୍ଦ୍ରାନଥ ମିଶ୍ର, ଡ୍ ଇ ନନ୍ଦ ନନ୍ଦନ ଦାସ, ଇ ସି ଏସ ଶାସ୍ତ୍ରୀ ,ପାଣ୍ଡବ ବେହେରା,ଡ୍ ବ୍ରଜ ନାୟକ,ପ୍ରଫେସର ଉମାଶଙ୍କର ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ନିର୍ବାଚନ ସମୟରେ ମୁଖ୍ୟ ବିଚାରପତି ଙ୍କୁ ଅସ୍ଥାୟୀ ଭାବେ ଶାସନ ଦାୟିତ୍ୱ ଦେଲେ ନିର୍ବାଚନ ନିରପେକ୍ଷ ହୋଇପାରନ୍ତା ବୋଲି ମତ ଦେଇଥିଲେ ।

Breaking News