Report Card Odisha

| Daily Odia News

ଆଜିଠୁ ବନ୍ଦ ହୋଇଯିବ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କଟକଣା ମଧ୍ୟ କୋହଳ ହେଉଛି। କୋଭିଡ ସମୟରେ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ଏବେ ବନ୍ଦ ହେବ। ଏହି ସୁବିଧାଗୁଡ଼ିକ ୮ ନଭେମ୍ବର ଅର୍ଥାତ୍ ଆଜିଠାରୁ ବନ୍ଦ ହୋଇଯିବ । ଏଣିକି ସରକାରୀ କର୍ମଚାରୀମାନେ ଅଫିସରେ ପୂର୍ଣ୍ଣ ଡ୍ୟୁଟି ସମୟର ଉପସ୍ଥିତି ରେଜିଷ୍ଟର କରିବେ । ଉପସ୍ଥିତି ରେଜିଷ୍ଟର କରିବା ପାଇଁ କାଲିଠାରୁ ପୁଣି ବାୟୋମେଟ୍ରିକ ଆଟେଣ୍ଡାଣ୍ଟ ସିଷ୍ଟମ କାର୍ଯ୍ୟକାରୀ ହେବ । ବାୟୋମେଟ୍ରିକ ଆଟେଣ୍ଡାଣ୍ଟ ପାଇଁ ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ନୋଟିଫିକେସନ ଜାରି ହୋଇଛି । ଭାରତ ସରକାରଙ୍କ ଡେପୁଟି ସେକ୍ରେଟେରୀ ଉମେଶ କୁମାର ଭାଟିଆଙ୍କ କହିବା ମୁତାବକ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅଫିସକୁ କମ୍ ସଂଖ୍ୟକ କର୍ମଚାରୀଙ୍କୁ ଡାକିବା ଏବଂ କାର୍ଯ୍ୟ ସମୟ ହ୍ରାସ କରିବା ଭଳି ସୁବିଧାଗୁଡ଼ିକୁ ପ୍ରଥମରୁ ଶେଷ କରାଯାଇଛି । ବର୍ତ୍ତମାନ ନଭେମ୍ବର ୮ ରୁ ପ୍ରତ୍ୟେକ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ରେଜିଷ୍ଟର କରିବାକୁ ପଡିବ । କେନ୍ଦ୍ର ସରକାର ଏଥିପାଇଁ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ଗାଇଡଲାଇନ୍ ମୁତାବକ, ବାୟୋମେଟ୍ରିକ ମେସିନ୍ ନିକଟରେ ସାନିଟାଇଜର ରଖିବାକୁ ପଡିବ । ସମସ୍ତ କର୍ମଚାରୀ ଉପସ୍ଥିତି ପଞ୍ଜିକରଣ କରିବା ପୂର୍ବରୁ ଓ ପରେ ସାନିଟାଇଜରରେ ହାତକୁ ସଫା କରିବେ। ବାୟୋମେଟ୍ରିକରେ ଆଟେଣ୍ଡାଣ୍ଟ ଦେଉଥିବା ବେଳେ କର୍ମଚାରୀମାନେ ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବେ । ବାୟୋମେଟ୍ରିକ ମେସିନକୁ ସବୁବେଳେ ସଫା କରିବା ଆବଶ୍ୟକ । ସମସ୍ତ କର୍ମଚାରୀ ସବୁବେଳେ ମାସ୍କ ଲଗାଇବେ ବା ମୁହଁକୁ କଭର କରି ରଖିବେ । ବାୟୋମେଟ୍ରିକ ମେସିନକୁ ଖୋଲା ପରିବେଶରେ ରଖିବା ଉଚିତ୍ । ଯଦି ମେସିନ୍ ଭିତରେ ଅଛି, ତେବେ ସେଠାରେ ପର୍ଯ୍ୟାପ୍ତ ପ୍ରାକୃତିକ ଭେଣ୍ଟିଲେସନ ରଖିବା ଉଚିତ୍ ।

Breaking News