Report Card Odisha

| Daily Odia News

ଦେଶବ୍ୟାପି ଆନ୍ଦୋଳନ କରିବେ ଚାଷୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ। କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ ଜିତିଥିବା ଅନେକ ରେସଲର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଯନ୍ତରମନ୍ତରରେ ପହଞ୍ଚିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେସଲରଙ୍କୁ ସମର୍ଥନ ଘୋଷଣା କରାଯାଇଛି। ମୋର୍ଚ୍ଚା ପକ୍ଷରୁ ରେସଲରଙ୍କ ସମର୍ଥନରେ ସମଗ୍ର ଦେଶରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ। ରେସଲରଙ୍କୁ ସମର୍ଥନ କରି ଖାପ ପଞ୍ଚାୟତ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ମହା ପଞ୍ଚାୟତ କରାଯିବ। ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ବିକ୍ଷୋଭ କରିବ ବୋଲି କହିଛି। ଏହି ସଂଗଠନ ତୁରନ୍ତ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Breaking News