ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ ପାଇଁ ୩ ଜଣଙ୍କୁ ବହିଷ୍କାର କରାଯାଇଛି। ଗତକାଲି ଏମାନଙ୍କର ନାଁ କ୍ରସ ଭୋଟିଂର ଅଭିଯୋଗ ହୋଇଥିଲା। ଦଳୀୟ ହ୍ବିପ୍ ଉଲ୍ଲଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ସୂଚନା ରହିଛି।






More Stories
ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା…..
ବିଧାୟକଙ୍କ ସୁରକ୍ଷା ବଢ଼ିଲା…..
ରାଜ୍ୟ ସଭା ନିର୍ବାଚନର ଫଳାଫଳ…..