ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ଇରାନର ମେହରାବାଦ ବିମାନ ବନ୍ଦର ଉପରେ ବୋମାମାଡ କରାଯାଇଛି। ଏହି ଆକ୍ରମଣରେ ପରଲୋକଗତ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ବ୍ୟବହାର କରୁଥିବା ବିମାନଟି ଧ୍ବଂସ ପାଇଥିବା ଜଣାପଡିଛି। ମେହେରାବାଦ ହେଉଛି ଇରାନର ଏକ ପୁରୁଣା ବିମାନ ବନ୍ଦର। ଇରାନର ଘରୋଇ ରୁଟ୍ରେ ଯାତାୟାତ କରୁଥିବା ବିମାନଗୁଡିକ ଏହି ବିମାନ ବନ୍ଦରକୁ ମୁଖ୍ୟତଃ ବ୍ୟବହାର କରିଥାନ୍ତି। ଆବଶ୍ୟକ ପଡିଲେ ଇରାନ ବାୟୁସେନା ମଧ୍ୟ ଏହି ବିମାନ ବନ୍ଦର ବ୍ୟବହାର କରିଥାଏ। ଅପରପକ୍ଷରେ ଇସ୍ରାଏଲ ପକ୍ଷରୁ ଆରାକ୍ ସହରର ଏକ ଜନବସତି ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଏଥିଯୋଗୁଁ ସେଠାରେ ଥିବା ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..