ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାରେ ଶପଥ ନେଲେ ନବ ନିର୍ବାଚିତ ସାଂସଦ । ଓଡ଼ିଶାରୁ ୩ ସାଂସଦ ବି ଶପଥ ନେଇଛନ୍ତି । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ସଂସଦ ଭବନରେ ଓଡ଼ିଶାରୁ ନବନିର୍ବାଚିତ ୩ ସାଂସଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଣେ ସାଂସଦ ଅର୍ଥାତ୍ ସୁଜିତ କୁମାର ଶପଥ ନେଇନାହାଁନ୍ତି । କଣ ପାଇଁ ସେ ଶପଥ ନେଇନାହାଁନ୍ତି ତାହା ଜଣାପଡିନି । ୨୦୨୬ ମାର୍ଚ୍ଚ ୧୬ରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଜିତିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ମଧ୍ୟ ନିର୍ବାଚନ ଜିତି ଥିଲେ । ସେହିପରି ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନରେ ବାଜିମାତ କରିଛନ୍ତି ।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..