Report Card Odisha

| Daily Odia News

ରାଜ୍ୟରେ ବସିବ ୩ ରାଡାର୍….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ବସିବ ୩ଟି ନୂଆ ଡପଲାର ରାଡାର୍। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ଏହାକୁ ବସାଯିବ। ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଏହାସହ ଏୟାର୍ କ୍ୱାଲିଟି ନେଇ ସଠିକ୍ ତଥ୍ୟ ଯୋଗାଇଦେବ। ଏନେଇ ସୂଚନା ଦେଇଛନ୍ତି ଆଇଏମ୍ ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର୍ ଲାଗିବ। ବର୍ତ୍ତମାନ ୭୩ଟି ରାଡ଼ାର କାମ କରୁଥିବାବେଳେ ନୂଆ ୫୩ଟି ରାଡାର୍ ଲାଗିବ। ୨୫ ତାରିଖରେ ବର୍ଷାର ପରିମାଣ କମିବ। ହାଲୁକା ବର୍ଷା ଉପକୂଳ ଓଡ଼ିଶାରେ ଅର୍ଥାତ୍ ଗଞ୍ଜାମ , ଗଜପତି ରେ ହେବା ସମ୍ଭାବନା। ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କରିଛନ୍ତି ଆଇ ଏମ ଡି ଡ଼ିଜି। ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ। ବଙ୍ଗୋପସାଗରରେ ଥିବା ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷା ହେବ। ତେଣେ ୨୪ ଓ ୨୫ ରେ ବର୍ଷା ନେଇ ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ଓଡ଼ିଶାରେ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି , କୋରାପୁଟ,ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ଗଞ୍ଜାମ,ଗଜପତି,ରାୟଗଡ଼ା,ପୁରୀ,କଟକ, ଜଗତସିଂହପୁର, ମାଲକାନାଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ ବର୍ଷାର ପରିମାଣ କମିବ। ହାଲୁକା ବର୍ଷା ଉପକୂଳ ଓଡ଼ିଶାରେ ଅର୍ଥାତ୍ ଗଞ୍ଜାମ , ଗଜପତି ରେ ହେବା ସମ୍ଭାବନା। ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Breaking News