ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବା ବେଳେ କୃଷକ ନେତା ରାକେଶ ଟିକାୟତ ବିଜେପି ଉପରେ ଆକ୍ରମଣ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ଙ୍କ ସହ ତୁଳନା କରିଛନ୍ତି। ୟୁପିରେ ନିର୍ବାଚନ ଚାଲିଥିବା ବେଳେ ଟିକାୟତ ଭୋଟରମାନଙ୍କୁ ପ୍ରଶ୍ନ କରିଛନ୍ତି, ସେମାନେ କ’ଣ ଚାହାନ୍ତି? ସେମାନେ ଜଣେ ପ୍ରଜା-ହିତୈଷୀ ଜନପ୍ରତିନିଧି ଚାହାନ୍ତି, ନା ଦ୍ବିତୀୟ କିମ୍ ଜଙ୍ଗ ଚାହାନ୍ତି। ଭୋଟ ଦେବା ପୂର୍ବରୁ ଏହି ବିଷୟକୁ ଧ୍ୟାନରେ ରଖି ଭୋଟ ଦେବାକୁ ସେ ନିବେଦନ କରିଥିଲେ। ଗତ ସପ୍ତାହରେ ଟିକାୟତ ମୁଜାଫରନଗରରେ ବିଜେପି ଧ୍ରୁବୀକରଣ ଚଳାଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଏହା ହିନ୍ଦୁ-ମୁସଲମାନଙ୍କ ମାର୍ଚ୍ଚିଂ ପାଇଁ ଉଦ୍ଦିଷ୍ଟ ଏକ ଷ୍ଟାଡିୟମ୍ ନୁହେଁ। ପଶ୍ଚିମ ଉତ୍ତରପ୍ରଦେଶ ବିକାଶ ଚାହେଁ। ଯେଉଁମାନେ ହିନ୍ଦୁ, ମୁସଲମାନ, ଜିନ୍ନା ଓ ଧର୍ମ ବିଷୟରେ କହୁଛନ୍ତି, ସେମାନଙ୍କୁ ଭୋଟ ମିଳିବ ନାହିଁ।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..