ରିପୋର୍ଟ କାର୍ଡ / ଜଗତସିଂପୁର
କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ବନ୍ଦ ହେଉନି ଆଖିପତା | ବଙ୍କା ହୋଇଗଲା ଗଲା | ଏଭଳି ଘଟଣା ସାମ୍ନାକୁ ଆସିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମରେ | ଗାୟତ୍ରୀ ମହାପାତ୍ର ନାମକ ଜଣେ ଆମହିଳା ଜୁନ୍ ୨୩ ତାରିଖରେ ପଙ୍କପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକାର ପ୍ରଥମ ଡୋଜ୍ ଅପରାହ୍ନରେ ନେଇଥିଲେ । ୨୪ ତାରିଖ ଦିନ ସକାଳୁ ଦେହହାତ ଘୋଳାବିନ୍ଧା କରିବା ସହିତ ଡାହାଣ ପାଶ୍ୱର୍ କାନ୍ଧ ହାଡରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ମୁହଁର ବାମପାଶ୍ୱର୍ ଗାଲ ଫୁଲିବା ସହିତ ବଙ୍କା ହୋଇଯାଇଥିଲା । ୨୫ ତାରିଖ ସକାଳୁ ଡାହାଣ ପଟ ଆଖି ବନ୍ଦ କରି ହେଉନଥିଲା । ପ୍ରଥମେ ରାହାମା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗାୟତ୍ରୀ ଚିକିତ୍ସା ପାଇଁ ଯାଇଥିଲେ ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନା ନ୍ୟୁରୋଲେଜି ଓ ଗଳା, ନାକ ଓ କର୍ଣ୍ଣ (ଇଏନ୍ଟି) ବିଭାଗରେ ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ । ଅସୁସ୍ଥ ଗାୟତ୍ରୀଙ୍କ ଚିକିତ୍ସା ଦାୟିୱ ସରକାର ବହନ କରିବା ପାଇଁ ହୋଇଛି । ସ୍ଥାନୀୟ ଅଞ୍ଚଳରେ କରୋନା ଟିକା ନେବା ପରେ ଜଣେ ସୁସ୍ଥ ମହିଳାଙ୍କଠାରେ ଏଭଳି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯିବା ପ୍ରଥମ ଘଟଣା ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ଗୁରୁୱ ଦେଉନଥିବା ଅଭିଯୋଗ ଉଠିଛି । ଏ ସଂପର୍କରେ ଡଃ ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ସେମାନେ ଚାହିଁଲେ ଏ ଗରିବ ଗାୟତ୍ରୀଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦିଆଯିବ ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..