ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚାଇନାର ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍କୁ ପାକିସ୍ତାନର ବ୍ୟାନ କରିଛି | ପାକିସ୍ତାନର ଏକ ହାଇକୋର୍ଟ ସୋମବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଲୋକମାନଙ୍କ ମଦ୍ୟରେ ଅନୈତିକତା ବିସ୍ତାର କରୁଥିବା କହିଛନ୍ତି କୋର୍ଟ। ସିନ୍ଧ ହାଇକୋର୍ଟ ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟିକୁ ପରବର୍ତ୍ତା ଶୁଣାଣି ନହେବା ଯାଏ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଆଗାମୀ ଶୁଣାଣି ଜୁଲାଇ ୮ରେ ହୋଇପାରେ। ଟିକ୍ଟକ୍ “ଦେଶରେ ଅନୈତିକତା ଏବଂ ଅଶ୍ଳୀଳତା” ପ୍ରଚାର କରୁଥିବା ଜଣେ ନାଗରିକଙ୍କ ଆବେଦନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ପାକିସ୍ତାନରେ ନିଷେଧାଦେଶ ଜାରି କରାଯାଇଛି।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..