Report Card Odisha

| Daily Odia News

ତେଜୁଛି ତିରୁପତି ଲଡୁ ବିବାଦ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜଗନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶୁଚର୍ବି, ମାଛ ତେଲ ଥିବା ଅପମିଶ୍ରିତ ଘିଅରେ ବିଶ୍ବପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତ କରାଯାଉଥିଲା ବୋଲି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାରେ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ୱାଇଏସ୍‌ଆର୍‌ କଂଗ୍ରେସ ମୁଖ୍ୟ ୱାଇଏସ୍‌ ଜଗନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତାଙ୍କ ବିରୋଧରେ ଓ ତିରୁପତି ଲଡ଼ୁ ସମ୍ପର୍କରେ ଆଣିଥିବା ଅଭିଯୋଗ ‘ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ ବୋଲି ସେ କହିଛନ୍ତି। ଚିଠିରେ ଜଗନ ଲେଖିଛନ୍ତି, କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଭଗବାନ ଭେଙ୍କଟେଶ୍ବରଙ୍କ କୋଟି କୋଟି ଭକ୍ତ ରହିଛନ୍ତି, ଯଦି ଏହି ସମ୍ବେଦନଶୀଳ ମାମଲକୁ ଯତ୍ନର ସହ ପରିଚାଳନା କରାନଯାଏ ତେବେ ଏହି ମିଥ୍ୟା ଅଭିଯୋଗ ତୀବ୍ର ଅସନ୍ତୋଷର ରୂପ ନେବ ଏବଂ ବିଭିନ୍ନ ମହଲରେ ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ। ସେ ଚିଠିରେ ସତ୍ୟକୁ ସାମ୍ନାକୁ ଆଣିବାକୁ ଅନୁରୋଧ କରି ଭକ୍ତଙ୍କ ବିଶ୍ବାସ ଓ ଆସ୍ଥାକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଜଗନ ନିବେଦନ କରିଛନ୍ତି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ଉପରେ ପାଲଟା ଅଭିଯୋଗ କରି ଜଗନ କହିଛନ୍ତି, ଏହା ବାସ୍ତବରେ ମିଥ୍ୟା ଓ ରାଜନୈତିକ ସ୍ବାର୍ଥ ରଖି ପ୍ରସାର କରାଯାଉଛି। ଏହି ମିଥ୍ୟା ପ୍ରଚାର ଦ୍ବାରା ସମଗ୍ର ବିଶ୍ବର ହିନ୍ଦୁ ଭକ୍ତଙ୍କ ଭାବାବେଗ ଆହତ ହେଉଛି। ଚିଠିରେ ଜଗନ କହିଛନ୍ତି, ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ଜରୁରୀ। ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଛି।

Breaking News