ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସପକ୍ଷରେ କହିଛନ୍ତି। ଲଗାତାର କଂଗ୍ରେସକୁ ସମାଲୋଚନା କରିଥିବା ମମତା କହିଛନ୍ତି, ଯେଉଁ ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ରହିଛି ଟିଏମ୍ସି ସେଠାରେ ଉକ୍ତ ଦଳକୁ ୨୦୨୪ ଲୋକସଭା ନିର୍ବାଚନରେ ସମର୍ଥନ କରିବ। ତେବେ କଂଗ୍ରେସ ମଧ୍ୟ ଟିଏମ୍ସି ପ୍ରତି ଏହି ସମାନ ଆଚରଣ ଦେଖାଇବା ଉଚିତ। ମମତାଙ୍କ କହିବାନୁଯାୟୀ ଯେଉଁ ରାଜ୍ୟରେ କଂଗ୍ରେସ ସୁଦୃଢ଼ ସେମାନେ ଲଢ଼ିବା ଉଚିତ ଏବଂ ଆମେ ଏଥିରେ କଂଗ୍ରେସକୁ ସମର୍ଥନ କରିବୁ। କଂଗ୍ରେସ ମଧ୍ୟ ଅନ୍ୟ ଦଳକୁ ଏହି ସମାନ ଆଚରଣ ଦେଖାଇବା ଉଚିତ। ଏହି ନୀତି ଏଭଳି ହେବା ଉଚିତ ନୁହେଁ ଯେ, ଟିଏମ୍ସି କର୍ଣ୍ଣାଟକରେ କଂଗ୍ରେସକୁ ସମର୍ଥନ କରିବ ଏବଂ କଂଗ୍ରେସ ପଶ୍ଚିମବଙ୍ଗରେ ଟିଏମ୍ସିକୁ ବିରୋଧ କରିବ। ଯଦି କିଛି ଭଲ ହାସଲ କରିବାକୁ ଚାହୁଛ ତେବେ କିଛି କ୍ଷେତ୍ରରେ ତ୍ୟାଗ ବି କରିବାକୁ ପଡ଼ିବ। ମମତା କହିଛନ୍ତି, ଦେଶରେ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ଉଚିତ ଏବଂ ଯେଉଁ ରାଜ୍ୟରେ ଯେଉଁ ଦଳର ସ୍ଥିତି ଭଲ ଅଛି ସେହି ଦଳକୁ ସମର୍ଥନ କରିବା ଉଚିତ। ମମତା କହିଛନ୍ତି, ଉଦାହରଣ ସ୍ବରୂପ ଦିଲ୍ଲୀରେ ଆପ୍କୁ, ପଶ୍ଚିମବଙ୍ଗରେ ଟିଏମ୍ସିକୁ, ବିହାରରେ ଜେଡିୟୁ-ଆରଜେଡି ମେଣ୍ଟକୁ ସହଯୋଗ କରିବା ଉଚିତ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..