Report Card Odisha

| Daily Odia News

ଟିଏମସିକୁ ଫେରୁଛନ୍ତି ପଶ୍ଚିମବଙ୍ଗ ବିଜେପି ସାଧାରଣ ସମ୍ପାଦକ ସବ୍ୟସାଚ୍ଚୀ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି ଟିଏମସି । ଉପ ନିର୍ବାଚନ ଜିତି ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ, ଆଜି ପୂର୍ବତନ ମେୟର ସବ୍ୟସାଚ୍ଚୀ ଦତ୍ତ ଟିଏମସିକୁ ଫେରୁଥିବା ନେଇ ସୂଚାନ ମିଳିଛି | ବିଜେପିର ସାଧାରଣ ସମ୍ପାଦକ ଭାବେ ସବ୍ୟସାଚୀ କାର୍ଯ୍ୟ କରୁଛନ୍ତି । ୨୦୧୯ ଦୁର୍ଗାପୂଜାର ଠିକ ପୂର୍ବରୁ ସେ ଟିଏମସି ଛାଡି ବିଜେପିରେ ମିଶିଥିଲେ । ଏବେ ସେ ପୁଣି ଟିଏମସିକୁ ଫେରିବା ନେଇ ଆକଳନ ଚାଲିଛି । ତେବେ ଟିଏମସିର ପ୍ରମୁଖ ନେତା ସୁଜିତ ବୋଷ ଓ ତାପସ ଚାଟାର୍ଜୀ ତାଙ୍କ ପ୍ରତ୍ୟାବର୍ତନକୁ ବିରୋଧ କରୁଛନ୍ତି । ଏ ନେଇ ସବ୍ୟସାଚୀଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Breaking News