ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସପାଉଛି | କିନ୍ତୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ସବୁଠାରୁ ଅଧିକ ପଜିଟିଭ ବାହାରୁଛନ୍ତି ରାଜଧାନୀ ଭୁବନେଶ୍ୱରରୁ। କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍ ଫେରିଛି। ଫରେଷ୍ଟ ପାର୍କ ଅଞ୍ଚଳର ଏକ ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଗତକାଲି ଭୁବନେଶ୍ୱର ମହାନଗର ନିଗମ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି। କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି ହୋଇଛି। ଅଞ୍ଚଳର ସମସ୍ତ ଦୋକାନ ବଜାର ଓ ଅନ୍ୟ ସରକାରୀ ଏବଂ ଘରୋଇ ପ୍ରତିଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ଲୋକଙ୍କୁ ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଗତ କିଛିଦିନ ଧରି ବିଏମ୍ସି ଅଞ୍ଚଳରେ ସଂକ୍ରମଣ ଧିରେ ଧିରେ ବଢୁଥିବା ନଜର ଆସିଛି।ଗତକାଲି ଦୈନିକ ସଂକମଣ ଦେଢ ଶହ ପାର ହୋଇଛି। ରାଜଧାନୀରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୩ ହଜାର ୪୨୮ ରହିଛି।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……