ରିପୋର୍ଟ କାର୍ଡ / କୋଲକାତା
ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ସାକେତ ଗୋଖଲେଙ୍କୁ କୋର୍ଟରେ ଜାମିନ ମିଳିବା ପରେ ଗୁଜରାଟ ପୋଲିସ ପୁଣି ଥରେ ତାଙ୍କୁ ଗିରଫ କରିଛି । ଏନେଇ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓ‘ବ୍ରାଏନ୍ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି। ମୋର୍ବି ପୋଲ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟ ଗସ୍ତକୁଚ ନେଇ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗୁଜରାଟ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ କୋର୍ଟରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଗୁଜରାଟ ପୋଲିସ ତାଙ୍କୁ ହଇରାଣ ହରକତ କରିଥିବା ଡେରେକ୍ ଓ‘ବ୍ରାଏନ୍ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି। ସାକେତଙ୍କୁ ଗତକାଲି ପୋଲିସ ଗିରଫ କରିଛି। ବିନା ନୋଟିସ ଏବଂ ବିନା ୱାରେଣ୍ଟରେ ପୋଲିସ ତାଙ୍କୁ ଗିରଫ କରିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..