Report Card Odisha

| Daily Odia News

ରାଜ୍ୟରେ ଆଜିବି ୧୦୦୦ ପରେ କରୋନା ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ୧୦୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୯୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୧୧୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୨୩, ବରଗଡ଼ ୨୫, ଭଦ୍ରକ ୧୭, ବଲାଙ୍ଗୀର ୨୫, ବୌଦ୍ଧ ୧୧, କଟକ ୫୨, ଦେଓଗଡ଼ ୮, ଗଜପତି ୭, ଜଗତସିଂହପୁର ୧୩, ଯାଜପୁର ୧୪, ଝାରସୁଗୁଡ଼ା ୨୧, କଳାହାଣ୍ଡି୨୮, କନ୍ଧମାଳ ୨୫, ଭଦ୍ରକ ୧୭, ବଲାଙ୍ଗୀର ୨୫, ବୌଦ୍ଧ ୧୧, କଟକ ୫୨, ଦେଓଗଡ଼ ୮, ଗଜପତି ୭, ଜଗତସିଂହପୁର ୧୩, ଯାଜପୁର ୧୪, ଝାରସୁଗୁଡ଼ା ୨୧, କଳାହାଣ୍ଡି ୧୭, କେନ୍ଦ୍ରାପଡ଼ା ୧୨, କେନ୍ଦୁଝର ୧୨, ଖୋର୍ଦ୍ଧା ୧୫୮, କୋରାପୁଟ ୧୬, ମୟୁରଭଞ୍ଜ ୭୧, ନବରଙ୍ଗପୁର ୧୯, ନୟାଗଡ଼ ୨୭, ନୂଆପଡ଼ା ୧୨, ପୁରୀ ୧୪, ରାୟଗଡ଼ା ୯, ସମ୍ବଲପୁର ୮୮, ସୋନପୁର ୨୬, ସୁନ୍ଦରଗଡ଼ ୨୫୯, ଷ୍ଟେଟ ପୁଲ୍‌ରୁ ୩୫ଜଣ ରହିଛନ୍ତି ।

Breaking News