Report Card Odisha

| Daily Odia News

ରାଜ୍ୟରେ ଆଜି ୧୦୬୫ କୋଭିଡ୍ ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ବି ୧୦୦୦ ପରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୨୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୧୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୨୨ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୮୨୪୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱର ୧୪, ଭଦ୍ରକ ୫, ବଲାଙ୍ଗୀର ୮, ବୌଦ୍ଧ ୧, କଟକ ୧୩୫, ଦେଓଗଡ଼ ୫, ଢେଙ୍କାନାଳ ୨, ଗଜପତି ୩, ଗଞ୍ଜାମ ୬, ଜଗତସିଂହପୁର ୨୧, ଯାଜପୁର ୨୧, ଝାରସୁଗୁଡ଼ା ୧୮, କଳାହାଣ୍ଡି ୧୪ , କନ୍ଧମାଳ ୬, କେନ୍ଦ୍ରାପଡ଼ା ୧୮, କେନ୍ଦୁଝର ୪, ଖୋର୍ଦ୍ଧା ୩୬୧, କୋରାପୁଟ ୩, ମାଲକାନଗିରିରୁ ଜଣେ, ମୟୁରଭଞ୍ଜ ୫୨, ନବରଙ୍ଗପୁର ୫, ନୟାଗଡ଼ ୧୮ , ନୂଆପଡ଼ା ୧୧, ପୁରୀ ୪୪, ରାୟଗଡ଼ା ୧୩ , ସମ୍ବଲପୁର ୫୮, ସୋନପୁର ୩୧, ସୁନ୍ଦରଗଡ ୧୧୧, ଷ୍ଟେଟ ପୁଲ୍‌ରୁ ୭୬ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୮୨୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୭୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୩୬୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୩୩୩୬୪୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

 

Breaking News