Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୬ କରୋନା ପଜିଟିଭ୍ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗୋଟିଏ ଦିନ ପରେ ପୁଣି ସାମାନ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ୨୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୭୬୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ୪,ବରଗଡ଼ ୮, ଭଦ୍ରକ ଜଣେ, ବଲାଙ୍ଗୀର ୨୧, ବୌଦ୍ଧ ୨, କଟକ ୨୦, ଦେଓଗଡ଼ ୨, ଢେଙ୍କାନାଳ ୨, ଗଜପତି ୬, ଜଗତସିଂହପୁର ୩ , ଯାଜପୁର ୬, ଝାରସୁଗୁଡ଼ା ୬, କଳାହାଣ୍ଡି ୨୩, କନ୍ଧମାଳ ୪, କେନ୍ଦ୍ରାପଡ଼ା ୫, ଖୋର୍ଦ୍ଧା ୬୩, କୋରାପୁଟ ୨, ମୟୁରଭଞ୍ଜ ୧୭, ନବରଙ୍ଗପୁର ୭, ନୟାଗଡ଼ ୭, ନୂଆପଡ଼ା ୬, ପୁରୀ ୩, ରାୟଗଡ଼ା ୩, ସମ୍ବଲପୁର ୧୩, ସୋନପୁର ୨, ସୁନ୍ଦରଗଡ଼ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲ୍‌ରୁ ୧୫ଜଣ ରହିଛନ୍ତି ।

Breaking News