ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଅଧ୍ୟକ୍ଷତାରେ ଆଜି ବସୁଛି ବ୍ରିକ୍ସ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ୫ ଦେଶ ସମୂହର ବାର୍ଷିକ ସମ୍ମିଳନୀ ‘ବ୍ରିକ୍ସ’ରେ ଅଧ୍ୟକ୍ଷତା କରିବେ । ଡିଜିଟାଲ ମାଧ୍ୟମରେ ଆୟୋଜିତ ହେବାକୁ ଯାଉଥିବା ଏହି ବୈଠକରେ ଆଫଗାନିସ୍ତାନର ସ୍ଥିତି ଉପରେ ଆଲୋଚନା ସମ୍ଭାବନା ରହିଛି । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସର ୧୩ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ବୈଠକରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦମୀର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏବଂ ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରେ ଉପସ୍ଥିତ ରହିବେ । ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ସଂସ୍କାର, ଆତଙ୍କବାଦ ଦମନ, ଆଫଗାନିସ୍ତାନ ପରିସ୍ଥିତି, ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି, କୋଭିଡ-୧୯ ମୁକାବିଲା ଏବଂ ବିଭିନ୍ନ ଆଞ୍ଚଳିକ ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ । ତୃତୀୟ ଥର ପାଇଁ ଭାରତ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବାକୁ ଯାଉଛି ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..