Report Card Odisha

| Daily Odia News

ସୁଖ ଓ ଚଞ୍ଚଳ ଚେଷ୍ଟିତ ହେବେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ବୃଷ : ପର ଧନରେ ଧନୀ ହୋଇପାରନ୍ତି। ରସିକତାରୁ ବାଚାଳତା ଉପୁଜିପାରେ। ସାମର୍ଥ୍ୟର ପରିପ୍ରକାଶ ଘଟିବ। ସରକାରୀ ସ୍ତରରୁ ଧନ ପ୍ରାପ୍ତ ହେବେ। ଯାନବାହନଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ : ଚେଷ୍ଟା ଶୁଭପ୍ରଦ ହେବ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ହାସ୍ୟ ସୁଖ ଓ ଚଞ୍ଚଳ ଚେଷ୍ଟିତ ହେବେ। ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଦୃଢ଼ ହେବ।
କର୍କଟ : ଉଚ୍ଚ ଆଶା ଫଳବତୀ ହେବ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହେବେ। ଅତି ସୁଖ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସୁଖୀ ହେବେ।

ସିଂହ : ଆୟ ଯଥେଷ୍ଟ ପରିମାଣର ହେବ। ସରକାରୀ ସୂତ୍ରରୁ ଓ ବନ୍ଧୁଙ୍କ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି।

କନ୍ୟା : ସାଧନାରୁ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ବିଘ୍ନକାରୀମାନେ ଅପଦସ୍ଥ ହେବେ। ଅସୁବିଧାରୁ ଉଧୁରିବା ପାଇଁ ଧନ ବ୍ୟୟ କରିପାରନ୍ତି। ବ୍ୟବହାର ମଧୁର ହେବ।

ତୁଳା : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଶୁଭ ଖବରରୁ ମନ ପ୍ରଫୁଲ୍ଲ ରହିବ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ଲୋକଙ୍କ ଆସ୍ଥାଭାଜନ ହେବେ।

ବିଛା : ସତ୍‌ କର୍ମରେ ଲିପ୍ତ ରହି ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଉପଲବ୍ଧ ହେବ। ବ୍ୟବସାୟ ଲାଭଦାୟକ ହେବ। ମନ ଉଲ୍ଲସିତ ହେବ। କର୍ମପ୍ରବଣ ହେବେ।

ଧନୁ : କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ। ସନ୍ମାର୍ଗୀ ହେବେ।

ମକର : ଧୈର୍ଯ୍ୟବାନ୍‌ ହେଲେ ବିପଦରୁ ଉଧୁରି ଯାଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି; ତଥାପି ସାମୂହିକ କାର୍ଯ୍ୟ କରିବାରେ ଆଗ୍ରହୀ ହେବେ। ଜଳଯାତ୍ରା ମନା । ପ୍ରତିପାଦ ଘାତରେ ସତର୍କତା ଆବଶ୍ୟକ।

କୁମ୍ଭ : କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଶତ୍ରୁର ବିନାଶ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ଭ୍ରାତୃଭାବ ଅତୁଟ ରହିବ। କର୍ମଚଞ୍ଚଳ ରହିବେ।

ମୀନ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥାଗମର ସୂଚନା ମିଳୁଛି। ବନ୍ଧୁ ମିଳନ ଘଟିପାରେ। ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ପ୍ରଜ୍ଞାଶୀଳ ହୋଇପାରନ୍ତି। ନିଜର ପଢ଼ିବା ଦାୟିତ୍ବ ନିଜେ ବହନ କରିବେ।

Breaking News