Report Card Odisha

| Daily Odia News

ଅଷ୍ଟମ ଚନ୍ଦ୍ର ଭୋଗ ହେତ ସତର୍କରେ ଚଳିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଦୁଃସାଧ୍ୟ କାର୍ଯ୍ୟକୁ ଅନାୟସରେ ସାଧନ କରିପାରନ୍ତି। ପରିସ୍ଥିତି ଯେତେ ବିବାଦୀୟ ହେଲେ ବି ତା’ର ସୁସମାଧାନ କରିବାରେ ପାରଙ୍ଗମ ହେବେ। ଅଧିକ କ୍ଷମତା ପାଇ ତା’ର ସଦ୍‌ ବ୍ୟବହାର କରିବେ।
ବୃଷ: ଆର୍ଥିକ ସ୍ଥିତି ଦୁର୍ବଳ ଥାଇ ବି କର୍ମ ତତ୍ପର ରହିବେ। ପରୋପକାରୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ଅଷ୍ଟମ ଚନ୍ଦ୍ର ଭୋଗ ହେତ ସତର୍କରେ ଚଳିବେ।
ମିଥୁନ: ସୁଖ-ସମୃଦ୍ଧିପୂର୍ଣ୍ଣ ଦିନଟି ଆଜି। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ସେବାକାରୀଭାବେ ଜନତାଙ୍କ ଆଦରର ପାତ୍ର ହେବେ। ପ୍ରାଣପ୍ରିୟାଙ୍କ ମନସ୍କାମନା ପୂରଣ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ।
କର୍କଟ: ପଡ଼ୋଶୀ ଓ ବନ୍ଧୁବାନ୍ଧବଙ୍କ ସହାୟତା ପାଇ ଶତ୍ରୁ ଦମନ କରିବେ। ଲାଗି ରହିଥିବା ଅସ୍ଥିରତାର ଅବସାନ ଘଟିବ। ଅଯଥା ଖର୍ଚ୍ଚକୁ କାଟଛାଣ୍ଟ କରି ଋଣ ମୁକ୍ତ ହେବେ। ସେବାକୁ ବ୍ରତ ଭାବି ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ।
ସିଂହ: ବିଦ୍ୟାଭ୍ୟାସୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଉପାର୍ଜନର ମାର୍ଗ ସୁଦୂରପ୍ରସାରୀ ହେବ। ପତ୍ନୀଙ୍କ ଆଶା, ଭରସା ହୋଇପାରନ୍ତି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି।
କନ୍ୟା: କୃଷିକର୍ମରେ ତତ୍ପରତା ପ୍ରକାଶ ପାଇବ। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନାଦିରୁ ସୁଖଭୋଗ କରିବେ। ପଡ଼ୋଶୀଙ୍କ ସହ ଘଟିଥିବା ଭୁଲ ବୁଝାମଣା​‌େ​‌ର ସୁଧାର ଆସିବ।
ତୁଳା: ବିଭିନ୍ନ ସୂତ୍ରରୁ ଆଶାନୁରୂପ ଅର୍ଥ ପାଇ ସଞ୍ଚୟାଭିମୁଖୀ ହୋଇପାରନ୍ତି। ଠାକୁରଙ୍କ ଦର୍ଶନାଭିଳାଷୀ ହେବେ। ଉପୁଜିଥିବା ଅଶାନ୍ତି ଦୂର ହେବ। ସରକାରୀ ସୂତ୍ରରୁ ଲାଭବାନ୍‌ ହେବେ। ସର୍ବତ୍ର ବିଜୟୀ ହେବେ।
ବିଛା: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଉପଯୁକ୍ତ କର୍ମସଂସ୍ଥାନ ଯୋଗାଡ଼ କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଲାଭଜନକ ହେବ। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ତ୍ୟାଗଶୀଳ ମନୋଭବାର ହୋଇପାରନ୍ତି।
ଧନୁ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଖାଦ୍ୟ ରୁଚିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ବ୍ୟୟ ଅଧିକ କଲେ ବି, ବିବାହ ବିଳମ୍ବରେ ହେବ।
କୁମ୍ଭ: ମନରେ ଦୟାଭାବ ରଖି ଅନାଥର ନାଥ ହୋଇପାରନ୍ତି। ଜ୍ଞାନଯୋଗୀ ହେବେ। ଧର୍ମାନୁରାଗୀ ହୋଇପାରନ୍ତି। ବ୍ୟକ୍ତି ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସମୂହ ସ୍ବାର୍ଥକୁ ଗୁରୁତ୍ବ ଦେଇପାରନ୍ତି। ଅର୍ଜିତ ଧନ ଭୋଗ କରିବେ।
ମୀନ: କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧିରୁ ଆର୍ଥିକ ସ୍ଥିତି ସୁଦୃଢ଼ କରିପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ସରକାରଙ୍କ କୃପାପାତ୍ର ହେବେ।

Breaking News