ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ପ୍ରତ୍ୟେକ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରନ୍ତି। ସୁସ୍ଥ ରହିବେ। ସୁବିମଳ ଯଶର ଅଧିକାରୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ହେବେ। ସରକାରୀ ଅର୍ଥ ଓ ସମ୍ମାନ ମିଳିବ।
ବୃଷ : କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପରିବାର ପ୍ରତି ଶ୍ରଦ୍ଧା ଓ ବିଶ୍ବାସ ରଜ୍ଜୁରେ ଅନୁବନ୍ଧିତ ହେବେ।
ମିଥୁନ : ପରମ ଭାଗ୍ୟଶାଳୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଳାସ-ବ୍ୟସନ କରିପାରନ୍ତି। ଧର୍ମଧ୍ବଜାଧାରୀ ହେବେ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ : ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିବେ। ସ୍ବାଭିମାନୀ ହେବେ। ଭାଗୁଆଳ ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍ ହେବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ।
ସିଂହ : ପବିତ୍ର ଭାବନା ନେଇ ସେବା ସଂସ୍ଥାରେ ଯୋଗ ଦେଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ।
କନ୍ୟା : ସ୍ନେହବୋଳା କଥାରେ ଶତ୍ରୁକୁ ବଶ କରିପାରନ୍ତି। ଅନାବଶ୍ୟକ ଖର୍ଚ୍ଚରୁ ଓହରି ଆସିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଅତୁଳିତ ବଳର ଅଧିକାରୀ ହୋଇ ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ତୁଳା : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବିବାଦ ଉପୁଜିଲେ ବି ବିଦ୍ୟାଧ୍ୟାୟୀ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ।
ବିଛା : ଆପଣଙ୍କଠାରେ ଅବିଶ୍ବସନୀୟ ଉଦାରତା ଦେଖିବାକୁ ମିଳିବ। ଦାନାଦି ଧର୍ମୀୟ କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି। ଆଦର୍ଶବାଦୀ ହେବେ। କୃଷି ଉପରେ ଗୁରୁତ୍ବ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ଧନୁ : ମନ ପ୍ରସନ୍ନ ରହିବ। ଈଶ୍ବରୀୟ ଚେତନାରେ ଉଦ୍ବୁଦ୍ଧ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ସାହସୀ ଓ ପ୍ରେମୀ ହୋଇପାରନ୍ତି। ପିତୃ, ପିତାମହଙ୍କ ସାଂସାରିକ ଚେତନାରେ ଅନୁପ୍ରାଣିତ ହେବେ।
ମକର : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବାକ୍ ସଂଯମତା ଯୋଗୁଁ ସ୍ମରଣଶକ୍ତି ଉଦ୍ଜୀବିତ ହେବ।
କୁମ୍ଭ : ଶାଣିତ ଓ ଗବେଷଣାତ୍ମକ ଲେଖା ରଚନା କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବାର ସୂଚନା ମିଳୁଛି। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ଭାବେ ପରିଚିତ ହେବେ।
ମୀନ : ଏକାନ୍ତରେ ସାଧନା ଆପଣଙ୍କୁ ଶାଶ୍ବତ ସୁଖର ମାର୍ଗଦର୍ଶକ ହେବ। କର୍ମଚଞ୍ଚଳ ରହିବେ। ମଧୁର ଭାଷାରେ ଶତ୍ରୁକୁ ମିତ୍ର କରିପାରନ୍ତି। ଧର୍ମୀୟ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସାହସୀ ଓ ଜ୍ଞାନୀ ହୋଇପାରନ୍ତି।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..