Report Card Odisha

| Daily Odia News

ସୁସ୍ଥ ଓ ନିରାମୟ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁଙ୍କ ଦ୍ବାରା ଲାଭବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ।

ବୃଷ: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଅଧିକ ବ୍ୟୟ କରି ଅନଟନର ସମ୍ମୁଖୀନ ହୋଇପାରନ୍ତି। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି।
ମିଥୁନ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ।
କର୍କଟ: କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଶୁଭ ଖବର ପାଇ ଖୁସି ହେବେ।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: ପେଟଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ମେଧାବୀ, ଦୟାଳୁ, ଜିତେନ୍ଦ୍ରିୟ, ଶାନ୍ତ ଓ ବିଦ୍ବାନ ହୋଇପାରନ୍ତି।

ତୁଳା: ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତ ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ସହ ଆନନ୍ଦ ଉପଭୋଗ କରିବେ।

ବିଛା: ଆତ୍ମୀୟଙ୍କ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ବ୍ୟବସାୟ କାର୍ଯ୍ୟରେ ସାରାଦିନ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ଧନୁ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ସନ୍ତାନ ସୁଖ ମିଳିବ।

ମକର: ବିବାଦୀୟ ଘଟଣାରେ ବିଜୟୀ ହେବେ। ଉନ୍ନତିମୂଳକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଶ୍ରମ ସାର୍ଥକ ହେବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଯାନବାହନ ସୁଖ ମିଳିବ। ସୁଖୀ ହେବେ।

କୁମ୍ଭ: ଉନ୍ନୟନ କାର୍ଯ୍ୟ ଚେଷ୍ଟା ଫଳବତୀ ହେବ। ମନୋବଳ ଦୃଢ଼ ରହିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବଦର୍ଶନର ସୁଯୋଗ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

ମୀନ: ବ୍ୟବସାୟାଦି ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ହେବେ। ମତିମାନ୍‌ ହେବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମନ ଚଞ୍ଚଳ ରହିବ। କୀର୍ତ୍ତିମାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ।

Breaking News